Headlines @ 7AM |3 July 2022| Argus News
ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ଜାରି

କଟକ: କାଲିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ଫିଲଅପ । ଏନେଇ ବୋର୍ଡ ଅଫିସ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଆସନ୍ତାକାଲିଠାରୁ ଏହି ପ୍ରକ୍ରିୟା ୧୯ ତାରିଖ ଯାଏ ଚାଲିବ ବୋଲି ସୂଚନା ମିଳିଛି । ଛାତ୍ରଛାତ୍ରୀମାନେ Www. bseodisha. Ac. in ସାଇଟରେ ଫର୍ମ ପୁରଣ କରିପାରିବେ । ଯାହାକୁ ନେଇ ଛାତ୍ରଛାତ୍ରୀମାନେ ଖୁସି ଥିବା ଜଣାପଡ଼ିଛି ।
ଆଜିଠୁ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ସହ ମିଳିବ ଆଡପ ଅବଢା

ଅର୍ଗସ ବ୍ୟୁରୋ: ଆଡପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀଜୀଉ। ରଥ ଉପରେ ମହାପ୍ରଭୁଙ୍କ ସଂଧ୍ୟାଧୂପ ସରିବା ପରେ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ। ଆଜିଠାରୁ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ସହ ମିଳିବ ଆଡପ ଅବଢା । ବିଶ୍ବାସ ରହିଛି ବର୍ଷକୁ ଥରେ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ । ୨ ବର୍ଷ ଧରି ଅଡ଼ପ ମଣ୍ଡପ ଦର୍ଶନ ବନ୍ଦ ଥିବାରୁ ଆଜି ଭକ୍ତଙ୍
Download Argus News App
