ବିପିନଙ୍କ ଆକ୍ରମଣରେ ଉଭୟ ପରିବାରଙ୍କ ୫ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଲୟରେ ଭର୍ତି କରିଥିଲେ । ପରେ ବ୍ରଜକିଶୋରଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ରାସ୍ତାରେ ବ୍ରଜକିଶୋରଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଉଭୟ ପରିବାରଙ୍କ ପକ୍ଷରୁ ପାଟକୁରା ଥାନାରେ ଏତଲା ଦିଆଯାଇଛି । ବିପିନ ବେହେରା ଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।