ସୂଚନାନୁଯାୟୀ, ମୃତକଙ୍କ ମଧ୍ୟରୁ ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏଁ ଥିବା ବେଳେ ବାଲେଶ୍ୱର, ବରଗଡ଼, ଗଜପତି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି। ତେବେ ରାଜ୍ୟରେ ଗଞ୍ଜାମ ଜିଲ୍ଲାରୁ ମୃତକଙ୍କ ସଂଖ୍ୟା ସର୍ବାଧିକ ୧୨୫ ରହିଛି।
ସେପଟେ ଆଜି ରାଜ୍ୟରେ ପୁଣି ୧୬୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୧୮ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୬୨୫ ବୋଲି ଜଣାଯାଇଛି । ଆଜିର ୧୬୪୩ ପଜିଟିଭକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ୧୯୩କୁ ବୃଦ୍ଧି ପାଇଛି । ଏହାଛଡ଼ା କରୋନାରୁ ୨୮,୬୯୭ ଜଣ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ କେସ ୧୫,୧୮୯ ଥିବା ଜଣାଯାଇଛି ।