ଗଞ୍ଜାମର ୩ ମୃତକଙ୍କ ମଧ୍ୟରେ ୭୩, ୮୨ ଓ ୩୬ ବର୍ଷୀୟ ବ୍ୟକ୍ତି ବୋଲି ଜଣାଯାଇଛି । ସେହିପରି କଟକରେ ୨୩ ଓ ୭୨ ବର୍ଷୀୟ ଏବଂ ମୟୂରଭଞ୍ଜର ୬୦ ଓ ୫୮ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ର ୮୧ ଓ କନ୍ଧମାଳର ୬୧ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । କେବଳ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି । ତେବେ ଆଜି ରାଜ୍ୟରେ ମୋଟ ୧୯୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୧୨୨୫ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୭୫୬ ଲୋକାଲ କଣ୍ଟାକ୍ଟକେସ ବୋଲି ଜଣାଯାଇଛି ।