ସୂଚନାନୁସାରେ, ଗତ କିଛି ଦିନ ତଳେ ମଧ୍ୟ ତାଙ୍କ ଘର ଉପରକୁ ବୋମା ମାଡ ହୋଇଥିଲା । ପୁଣି ଗତକାଲି ବିଳମ୍ବିତ ରାତିରେ ହୃଦାନନ୍ଦଙ୍କ ଘର ଉପରକୁ ଦୁଇଟି ବୋମାମାଡ଼ ହୋଇଛି । ବୋମାମାଡ଼ରେ ହୃଦାନନ୍ଦ ସ୍ୱାଇଁଙ୍କ ଘର କ୍ଷତିଗ୍ରସ୍ତ ହୋଇଛି । ତେବେ ବୋମାମାଡରେ କାହାର କିଛି କ୍ଷୟକ୍ଷତି ହୋଇନଥିବାବେଳେ ବୋମାମାଡର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ବୋମାମାଡ କରିଥିବା ଦୁର୍ବୁତ୍ତମାନଙ୍କ ପତ୍ତା ପାଇପାରି ନାହିଁ ସଦର ଥାନା ପୋଲିସ । ଏହାସହ ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାରମ୍ୱାର ହୃଦାନନ୍ଦଙ୍କ ଘରକୁ ବୋମାମାଡ ହେଉଥିବା ପୋଲିସ ଅନୁମାନ କରୁଛି ।