ସେହିପରି କୋଭିଡ ପରିଚାଳନା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗଞ୍ଜାମ ଓ ଖୋର୍ଦ୍ଧା ପରିସ୍ଥିତି ଲାଗି ଓଡିଶା ସରକାର ଦାୟୀ । ଟେଷ୍ଟ କରନ୍ତୁ, ରୋଗୀଙ୍କୁ ଚି଼ହ୍ନଟ କରନ୍ତୁ। ପ୍ରବାସୀମାନଙ୍କୁ ଆଣି ସଂକ୍ରମଣ ବଢାଇଲେ ରାଜ୍ୟ ସରକାର। ଗଞ୍ଜାମ ଓ ଖୋର୍ଦ୍ଧା ପରିଚାଳନା ଠିକ ଭାବେ ହୋଇପାରୁନି। ହା... ସମ୍ପୂର୍ଣ୍ଣ ମିସମ୍ୟାନେଜମେଣ୍ଟ।

ଅର୍ଗସ ବ୍ୟୁରୋ : ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜୟ ସରକାର। ତେବେ ଅନଲକ ସହ ଦେଶର ବିଭିନ୍ନ ସ୍ଥାନରେ ମନ୍ଦିର ମସଜିଦ କୋଭିଡ କଟକଣା ମଧ୍ୟରେ ଖୋଲୁଛି। ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ କଂଗ୍ରେସ ବିଦାୟକ ସୁର ରାଉତରାୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଦୁଃଖର ବିଷୟ ! ସାରା ଭାରତବର୍ଷରେ ମନ୍ଦିର, ମସଜିଦ ଖୋଲା ହେଲାଣି ହେଲେ ଓଡିଶାର କୌଣସି ମନ୍ଦିର ଖୋଲା ହୋଇନାହିଁ। ମୁଁ ଅନଲାଇନ ଦର୍ଶନକୁ ବିରୋଧ କରୁଛି। ରଥଯାତ୍ରା ଲାଗି ପୁରୀ ଜିଲ୍ଲାବାସୀ ଅନେକ ପରିଶ୍ରମ କରିଛନ୍ତି, ସେମାନେ ପ୍ରଥମେ ଦର୍ଶନ କରନ୍ତୁ। ପ୍ରଥମେ ସେମାନେ ମାସେ ଯାଆନ୍ତୁ ଓ ଦର୍ଶନ କରନ୍ତୁ। ତା ପରେ ସାଧାରଣ ଲୋକେ ଯାଆନ୍ତୁ। ମନ୍ଦିର ଯିବା ପାଇଁ ଅନୁମତି ଦିଆଯାଉ। ମନ୍ଦିର ଖୋଲିବାକୁ ଆଗାମୀ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛି।

