ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ କଟକରେ ଗଣେଶ ପୂଜାର ଆୟୋଜନ କରାଯିବ ନାହିଁ ବୋଲି ପୂର୍ବରୁ ନିଷ୍ନତ୍ତି ନିଆଯାଇଥିଲା । ଉଭୟ କଟକ ଓ ଭୁବନେଶ୍ବର ମହାନଗର ପୂଜା କମିଟି, ଶାନ୍ତି କମିଟି ଓ କମିଶନରେଟ ପୋଲିସର ମିଳିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । କଟକ ଓ ଭୁବନେଶ୍ବରରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି ।
ବିଶେଷକରି ସ୍ଥାନୀୟ ବା ଲୋକାଲ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ତେଣୁ ଗଣେଶ ପୂଜା ହେଲେ ଲୋକମାନେ ଗୋଟିଏ ସ୍ଥାନରେ ଜମା ହେବାର ଆଶଙ୍କା ରହିଛି । ଏଥିପାଇଁ ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଲୋକଙ୍କ ସୁରକ୍ଷା ପାଇଁ ଗଣେଶ ପୂଜା ବନ୍ଦ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।