ସୂଚନାନୁସାରେ, ଆଜି ବଡ଼ତେଲେନପାଲ୍ଲୀ ଗାଁର ଚବିନ ଦରୁଆଙ୍କ ଚାଷ ଜମିରେ ୧୮ରୁ ଅଧିକ ଚାଷୀ କାମ କରୁଥିଲେ । ଦିନ ପ୍ରାୟ ୨ରୁ ୩ଟା ଭିତରେ ହଠାତ୍ ବଜ୍ରପାତ ହୋଇଥିଲା। ଫଳରେ ଚାଷ ଜମିରେ ଜଣେ ମହିଳା ଟଳି ପଡ଼ିଥିଲେ । ଅନ୍ୟ କିଛି ଚାଷୀଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଉ ୨ ଜଣ ମହିଳା ଚାଷୀଙ୍କ ମୃତ୍ୟୁ ଘଟିଛି । ଆଉ ଚାଷୀ ଗୁରୁତର ଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ମୃତ ଓ ଗୁରୁତର ଚାଷୀଙ୍କ ନାଁ ଜଣାପଡ଼ି ନାହିଁ । ତେବେ ବର୍ଷାଦିନ ଚାଲିଥିବାବେଳେ ଚଳିତ ବର୍ଷ ଏତେମାତ୍ରାରେ ବର୍ଷା ହେଉନାହିଁ । କିନ୍ତୁ କିଛି ସ୍ଥାନରେ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ଏହାସହ ବଜ୍ରପାତ ମଧ୍ୟ ହେଉଛି ।