ଏହାସହ ସଂକ୍ରମିତଙ୍କ ସଂସ୍ପର୍ଶରେ ଆଉ କେଉଁମାନେ ଆସିଛନ୍ତି ସେନେଇ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସମ୍ପୃକ୍ତ କର୍ମଚାରୀଙ୍କ ଗତକାଲି ରିପୋର୍ଟ ପଜିଟିଭ ଆସିଛି । ଥାନା ସିଲ ଥିବାରୁ ବାହାରେ କାମ ଚାଲିଛି । ସଂକ୍ରମିତ ଦୁଇ ଜଣ ପୋଲିସ କନେଷ୍ଟେବଳ ବୋଲି ଜଣାପଡିଛି ।

ସମ୍ୱଲପୁର: ସିଲ ହେଲା ସମ୍ବଲପୁର ସହରର ବୁର୍ଲା ଥାନା । ଦୁଇ ଜଣ ପୋଲିସ କର୍ମଚାରୀ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନେଇଛି ପୋଲିସ ପ୍ରଶାସନ । ତେବେ ୫ ଦିନ ପାଇଁ ଥାନାକୁ ସିଲ କରାଯିବା ସହ ସାନିଟାଇଜ କରାଯାଇଛି । ଏହା ସହ ଥାନାର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନକୁ ପଠାଇଦିଆଯାଇଛି । ତେବେ ପୂର୍ବରୁ ବୁର୍ଲା ମେଡିକାଲ ଫାଣ୍ଡି ମଧ୍ୟ ସିଲ ରହିଛି ।

ଭୁବନେଶ୍ୱର: ଟ୍ବିନ ସିଟିରେ କାଳବୈଶାଖୀ ବର୍ଷା । ଭୁବନେଶ୍ବର, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ଼ । ବିଭିନ୍ନ ସ୍ଥାନରେ ପବନ ସହ ଖଣ୍ଡିଆ ଭୂତ ଦେଖାଯାଇଛି । ରାଜଧାନୀ ଭୁବନେଶ୍ବରରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ବର୍ଷା ପରେ ରାଜଧାନୀବାସୀ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...

ନୂଆଦିଲ୍ଲୀ: ଅଞ୍ଜଳୀଙ୍କ ହାତରେ ବିକ୍ରମଙ୍କ ନାମର ମେହେନ୍ଦୀ ଥିଲା। ଉଭୟଙ୍କ ବିବାହକୁ ମାତ୍ର ୧୭ ଦିନ ହେଇଥିଲା । ପରିବାରରେ ହର୍ଷଉଲ୍ଲାସର ମାହୋଲ ଥିଲା। ଠିକ୍ ଏହି ସମୟରେ ଅଞ୍ଜଳୀ ଏବଂ ବିକ୍ରମଙ୍କ ରୁମ୍ରୁ ଶୁଭିଲା ଚିତ୍କାର। ଏ ଭୟଙ୍କର ରଡି ଥିଲା ଅଞ୍ଜଳିଙ୍କର । ଚତ୍କାର ଶୁଣି ପରିବାର ଲୋକେ ଦୌଡିଲେ ନୂଆ ବିବାହିତ ଦମ୍ପତ୍ତିଙ୍କ ରୁମ୍ ଆଡେ। ସେଠି ପହଞ୍ଚି ପରବାର ଯାହା ଦେଖିଲେ ତାହା ଥିଲା ଏକ ଅସମ୍ଭବ ଘଟଣା। ବିକ୍ରମଙ୍କ ହାତ ରକ୍ତ ଯୁଡ଼ୁବୁଡୁ , ତଳେ ପଡିଛନ୍ତି ସ୍ତ୍ରୀ ଅଞ୍ଜଳି। ଯାହାଙ୍କ ନାମର ମେହେନ୍ଦୀ ଲାଗିଥିଲା ଅଞ୍ଜଳୀଙ୍କ ହାତରେ, ସେଇ ହାତ ଅଞ୍ଜଳୀଙ୍କ ହତ୍ୟାକାରୀ ସାଜିଛି।
ଏମିତି କଣ ହେଲା କେଜାଣି ଅମାନୁଶିକ ଭାବେ ୧୦ ଥର ଛୁରିରେ ଭୁଷି ହତ୍ୟାକଲା ସ୍ତ୍ରୀକୁ। ବିବାହର ମାତ୍ର ୧୭ ଦିନ ଆଉ ସ୍ୱାମୀର ଛୁରୀ ଚୋଟ ଥିଲା ୧୦ । ଏପରି ଛାତି ଥରା ଘଟଣା ଘଟିଛି ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ। ୨୧ ମେ ୨୦୨୩ରେ ଅଞ୍ଜଳୀଙ୍କ ହାତ ଧରିଥିଲେ ବିକ୍ରମ। ସାତ ଜନ୍ମ ପାଇଁ ସାଥି ହୋଇ ବାଟ ଚାଲିବାକୁ ଶପଥ କରିଥିଲା ବିକ୍ରମ। କିନ୍ତୁ ୧୭ ଟା ଦିନ ନ ହେଉଣୁ ସ୍ତ୍ରୀକୁ ହତ୍ୟା କରି ସଇତାନ ସାଜିଲା ବିକ୍ରମ। ସୁରକ୍ଷା କବଚ ହୋଇଥିଲା ସ୍ୱାମୀ। କିନ୍ତୁ ସାଜିଲା ପିସାଚ। ଅଞ୍ଜଳୀ ଏବେ ଆରପାରିରେ, ହତ୍ୟାକାରୀ ସ୍ୱାମୀ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ।
ଅଧିକ ପଢନ୍ତୁ ଭାରତ ଖବର
