ଯୁବତୀକୁ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ ଅଭିଯୋଗ

ବାଲେଶ୍ବର: ଯୁବତୀକୁ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ ଅଭିଯୋଗ । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଅଞ୍ଚଳରେ ଜଣେ ଯୁବତୀ କୁ ବିବାହ ର ପ୍ରତିଶୃତି ଦେଇ ବାରମ୍ବାର ଦହିକ ସମ୍ପର୍କ ରଖିବା ସହିତ ମିଥ୍ୟା ପ୍ରତିଶୃତି ଦେଇ ଠକି ଆସୁଥିଲା ଜଣେ ଯୁବକ। ଘଟଣା ରୁ ଜଣାଯାଏ ଯେ ଗତ ୩୧/୦୭/୨୦ ରିଖରେ ଯୁବତୀ ଜଣକୁ ନେଇ ତା ଇଛା ବିରୁଦ୍ଧରେ ତୁଣ୍ଡରା ଗ୍ରାମର ଭରତ ମହାଳିକ ଙ୍କ ପୁଅ ଗଙ୍ଗାଧର ଦୁଷ୍କର୍ମ କରିଥିବା ଯୁବତୀ ର ମା ଖନ୍ତାପଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଖନ୍ତାପଡା ପୋଲିସ ଗଙ୍ଗାଧର ମହାଳିକ ଙ୍କୁ ଭାରତୀୟ ଦଣ୍ଡବିଧି ଆଇନ ୨୬୧/୨୦, ୩୭୬, ୨୯୪, ୩୨୩, ୫୦୪ ଏବଂ ୩୪ ଆଇପିସି ଧାରାରେ ଯୁବକଙ୍କୁ କୋଟ ଚାଲାଣ କରିଛି।
Download Argus News App
