ଏହା ସହ ଘର ଭିତରେ ସୋଇଥିବା ପୁରନ୍ଦର, ହାତୀ ଦୁଇଟିକୁ ଦେଖି କୌଶଳ କ୍ରମେ ସେଠୁ ଖସି ପଲେଇ ଆସିଥିଲେ । ଗ୍ରାମବାସୀଙ୍କ ସହଯୋଗରେ ହାତୀ ଦୁଇଟିକୁ ସେଠାରୁ ଘଉଡ଼ାଇ ଥିଲେ। ସବୁଠୁ ବଡ଼ କଥା ହେଉଛି ରାଜରାସ୍ତା କଡରେ ବସନ୍ତାପଡା ଛକ ନିକଟରେ ଥିବା ଛାତ ଘରେ କିପରି ହାତୀ ପଶିଲା ଓ ଧାନ ଖାଇଲା ଯାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ତେବେ ହାତୀମାନଙ୍କ ଉପଦ୍ରବ ବଢୁଥିବା ବେଳେ ଚାଷ ଜମିରେ ପଶି ଧାନ ଓ ଫସଲ ନଷ୍ଟ କରୁଥିବା ସହ ଏବେହାତୀପଲ ଗାଁ ମୁହାଁ ହୋଇ ଘରେ ପଶୁଥିବାରୁ ଅଞ୍ଚଳବାସୀ ଭୟଭୀତ ଥିବା ଜଣାପଡିଛି ।
ଘରେ ପଶି ଧାନ ଖାଇଲେ ହାତୀ ପଲ, ଅଳ୍ପକେ ବର୍ତିଲେ ଘରେ ଶୋଇଥିବା ବୃଦ୍ଧା

ଢ଼େଙ୍କାନାଳ: ଘରେ ପଶି ଧାନ ଖାଇଲେ ହାତୀ ପଲ । ଅଳ୍ପକେ ବର୍ତିଲେ ଘରେ ଶୋଇଥିବା ବୃଦ୍ଧା। ଏଭଳି ଏକ ଘଟଣା ଘଟିଛି ଢେ଼ଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅଧୀନସ୍ତ ବସନ୍ତପଡା ଗାଁରେ । ସୂଚନାନୁଯାୟୀ, ଗ୍ରାମର ପୁରନ୍ଦର ସାହୁ ନିଜ ଘରେ ଶୋଇଥିବାବେଳେ ରାତି ପ୍ରାୟ ଦୁଇଟା ବେଳକୁ ଛାତ ଘରର ମୁଖ୍ୟ ଦ୍ୱାର ଦେଇ ଘର ଭିତରେ ଦୁଇଟି ହାତୀ ପଶି ଯାଇଥିଲେ । ପଶିବା ପରେ ଘର ଭିତରେ ଥିବା ଧାନ ଖାଇବା ସହ ମନଇଚ୍ଛା ଫୋପାଡ଼ି ଥିଲେ ।
Download Argus News App
