ମାଲକାନଗିରି: ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ । ଆଜିଠୁ ଅର୍ଥାତ ଜୁଲାଇ 28 ତରିଖରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛି ଲାଲବାହିନୀ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ମାଓବାଦୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମାଓବାଦୀ ସଂଗଠନର ବାସଧାରା-ଘୁମଷୁର-ନାଗାବଳି ଡିଭିଜନାଲ କମିଟି ସହିଦ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛି ।
ରାୟଗଡ଼ା, ମାଲକାନଗିରି, କନ୍ଧମାଳ, କୋରାପୁଟ, କଳାହାଣ୍ଡି ଆଦି ଜିଲ୍ଲାରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇବାର ସମ୍ଭାବନା ରହିଛି । ମାଓ ପ୍ରବଣ ଇଲାକାରେ କମ୍ବିଂ ଅପରେସନକୁ ଜୋରଦାର କରିଛି ସୁରକ୍ଷାବାହିନୀ । ବିଭିନ୍ନ ଜିଲ୍ଲାରେ ସୀମା ଓ ପ୍ରବେଶ ପଥକୁ ସିଲ୍ କରି ଚେକିଂ ଓ ବ୍ଲକିଂ ଜାରି ରହିଛି । ସର୍ଚ୍ଚ ଅପରେସନ ଚଳାଇଛନ୍ତି ଏସଓଜି, ବିଏସଏଫ ଓ ସିଆରପିଏଫ ଯବାନ ।