ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ସ୍ଥାନୀୟ ସଂକ୍ରମଣ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସେପଟେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ସଂକ୍ରମଣର ଗ୍ରାଫ ଉର୍ଦ୍ଧ୍ୱଗାମୀ ହେବାରେ ଲାଗିଛି ।
ଆଜି ନୂଆ ୨୧୫ ଆକ୍ରାନ୍ତଙ୍କ ସହ ରାଜଧାନୀରେ ମୋଟ ୨୩୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୨୦୯ ଆକ୍ଟିଭ୍ ମାମଲା ଥିବା ବେଳେ ୧୧୪୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ୧୩ ଜଣଙ୍କ ଜୀବନ ନେଲାଣି କରୋନା ।