ଏହି ଚାରି ପରିବାରର ୧୨ ଜଣ ସଦସ୍ୟ ଜଳ ଘେରରେ ଫସି ରହିଥିବା ସୂଚନା ପାଇ ଅଗ୍ନିଶମ ଅଧିକାରୀ ବିରେନ୍ଦ୍ର ସିଂ ତାଙ୍କ ଟିମ୍ ସହ ଜଳ ଘେରରୁ ଏମାନଙ୍କୁ ଉଦ୍ଧାର କରିଥିଲେ । ଏଥିସହ ତେଲାମଗୁଡା ଓ ଏରବନପଲ୍ଲୀ ଅଞ୍ଚଳରେ ୮ ଟି ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ଅପରାହ୍ଣରେ ଗ୍ରାମବାସୀଙ୍କ ସହଯୋଗରେ ଏଗୁଡ଼ିକୁ ସଫା କରାଯାଇଛି । ଏହା ବ୍ୟତୀତ ପଡିଆ ବ୍ଲକ୍ ନିଲିଗୁଡା ରାଜସ୍ୱ ବିଭାଗ ଅଧୀନରେ ମୁରଲୀଧର ୱାନ୍ଜାମୀ, ଯୋଗୀ କାରାମ ଓ ଶୁକଦେବ କବାସୀ ସମେତ ୧୧ ଜଣ ଲୋକ ବାସ ହରାଇଛନ୍ତି ।
ଏହାସହ ଶିମିଳିବାଞ୍ଛା ପଞ୍ଚାୟତରେ ୫ଟି, ଗିରିକାନପଲ୍ଲୀରେ ୪ ଟି ଓ ପଡିଆରେ ପ୍ରାୟ ୧୦ଟି ଘରକୁ ମିଶାଇ ପ୍ରାୟ ୪୦ ରୁ ଉର୍ଦ୍ଧ୍ୱ ଘର ଭାଙ୍ଗି ପଡ଼ିଥିବା ଜଣାପଡିଛି । ଅନ୍ୟପଟେ ପ୍ରବଳ ବର୍ଷା ମଧ୍ୟରେ ଆଜି ଗିରିକାନପଲ୍ଲୀ ପଞ୍ଚାୟତରେ କିଛି ଦାଦନ ଶ୍ରମିକଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବା ସହ ସ୍ଥାନୀୟ ଲୋକଙ୍କୁ ସତର୍କ ହୋଇ ରହିବାକୁ କୁହାଯାଇଥିବା ପଞ୍ଚାୟତ ଅଧିକାରୀ ଏନ୍ ରୁଷି ରାଓ ଓ ପ୍ରେମାନ୍ସୁ ସରକାର କହିଛନ୍ତି ।