ଆଦର୍ଶନଗରର ବିଦ୍ୟାଧର ପଲାଇଙ୍କ ଝିଅ ରୁପସା ପଲାଇ ସପ୍ତମ ଶ୍ରେଣୀର ଛାତ୍ରୀ । ତେବେ କରୋନା ମହାମାରୀ ପାଇଁ ସାରା ଦେଶ ତଥା ରାଜ୍ୟରେ ଲକ୍ଡାଉନ୍ ଚାଲିଥିବା ବେଳେ ଅନଲାଇନ୍ରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ ।
ଆଜି ରୁପସା ଅନଲାଇନ୍ରେ କ୍ଲାସ୍ କରୁଥିବା ବେଳେ ହଠାତ ତାଙ୍କ ହାତରେ ହିଁ ଫାଟିଥିଲା ମୋବାଇଲ । ଏଥିରେ ଆହତ ହୋଇଛନ୍ତି ରୁପସା । ତେବେ ମୋବାଇଲଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ରୁପସାଙ୍କ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି ।