ତେଣୁ ଆଗାମୀ ୨୪ ଘଣ୍ଟା ପାଇଁ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଗଞ୍ଜାମ, ପୁରୀ, ଗଜପତି, ଜଗତସିଂହପୁର, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । ଏପଟେ ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ୧୧୫.୩ ମିମିବର୍ଷା ରେକର୍ଡ ହୋଇଛି । ଜିଲ୍ଲାରେ ସ୍ୱାଭାବିକଠାରୁ ୧୨ ପ୍ରତିଶତ ଅଧିକ ବର୍ଷା ହୋଇଛି । ୧୨ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ରେକର୍ଡ କରାଯାଇଛି ।