ମହାମାରୀ ସଙ୍କଟ କାରଣରୁ କୋଭିଡ କଟକଣା ମାନି ପତକା ଉତ୍ତୋଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ସ୍ଥାନରେ ୧୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ପତକା ଉତ୍ତୋଳନ ସମୟରେ ଭଲ ଭାବରେ ସାନିଟାଇଜେସନ୍ କରାଯିବ। ଲୋକମାନେ ନିଜ ନିଜ ଭିତରେ ସାମାଜିକ ଦୂରତ୍ୱ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

ଅର୍ଗସ ବ୍ୟୁରୋ : ସ୍ଵାଧୀନତା ଦିବସ ଅଗଷ୍ଟ ୧୫ ପାଇଁ ୪ ଜିଲ୍ଲାରେ ହେଲା ସପ୍ତାହାନ୍ତ ସଟ୍ଡାଉନ୍ କଟକଣା କୋହଳ। ଗଞ୍ଜାମ, ଖୋର୍ଦ୍ଧା, ଗଜପତି, କଟକ ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ଅଗଷ୍ଟ ୧୫ ତାରିଖ ଦିନ କିଛି ଘଣ୍ଟା ପାଇଁ ସପ୍ତାହାନ୍ତ ସଟ୍ଡାଉନ୍ କଟକଣାକୁ କୋହଳ କରାଯାଇଛି। ଦିନ ୧୧ଟା ପର୍ଯ୍ୟନ୍ତ ସଟ୍ଡାଉନ୍ କଟକଣା କୋହଳ ରହିବ। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର(SRC)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।

ଅର୍ଗସ ବ୍ୟୁରୋ: କାଳବୈଶାଖୀର ୩ଦିନ ପରେ ବି ମଧ୍ୟ ଆଜି ପର୍ଯ୍ୟନ୍ତ ଆସୁନି ବିଜୁଳି ମିଳୁନି ପିଇବା ପାଣି ।ହନ୍ତ ସନ୍ତ ହଉଛନ୍ତି ଲୋକେ। ସୂଚନା ମୁତାବକ ଗତ 6 ତାରିଖ ଅପରାହ୍ନ ସମୟରେ ଜଳେଶ୍ୱର ରେ କାଳ ବୈଶାଖୀ ପ୍ରଭାବରେ ଜୋରରେ ପବନ ବର୍ଷା ହୋଇଥିଲା । ଯାହାଫଳରେ ବିଦ୍ୟୁତ କାଟ ହୋଇଥିଲା
କିନ୍ତୁ ଜଳେଶ୍ୱର ପୌରାଞ୍ଚଳ ଅଧୀନ 8 ନମ୍ବର ୱାର୍ଡ ରେ ଆଜି ପ୍ରଯ୍ୟନ୍ତ ବିଜୁଳି ଆସିଲା ନାହିଁ। ଯାହା ଫଳରେ ପାନୀୟ ଜଳ ର ଅସୁବିଧା ଉପୁଜିଥିବା ବେଳେ ଗରମରେ ହନ୍ତସନ୍ତ ହଉଛନ୍ତି ଲୋକେ । ବାରମ୍ବାର ଅଭିଯୋଗ ସତ୍ୟ ମଧ୍ୟ ବିଦ୍ୟୁତ ବିଭାଗ କୌଣସି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଲୋକେ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

ଭୁବନେଶ୍ୱର: ଟ୍ବିନ ସିଟିରେ କାଳବୈଶାଖୀ ବର୍ଷା । ଭୁବନେଶ୍ବର, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ଼ । ବିଭିନ୍ନ ସ୍ଥାନରେ ପବନ ସହ ଖଣ୍ଡିଆ ଭୂତ ଦେଖାଯାଇଛି । ରାଜଧାନୀ ଭୁବନେଶ୍ବରରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ବର୍ଷା ପରେ ରାଜଧାନୀବାସୀ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...

ନୂଆଦିଲ୍ଲୀ: ଅଞ୍ଜଳୀଙ୍କ ହାତରେ ବିକ୍ରମଙ୍କ ନାମର ମେହେନ୍ଦୀ ଥିଲା। ଉଭୟଙ୍କ ବିବାହକୁ ମାତ୍ର ୧୭ ଦିନ ହେଇଥିଲା । ପରିବାରରେ ହର୍ଷଉଲ୍ଲାସର ମାହୋଲ ଥିଲା। ଠିକ୍ ଏହି ସମୟରେ ଅଞ୍ଜଳୀ ଏବଂ ବିକ୍ରମଙ୍କ ରୁମ୍ରୁ ଶୁଭିଲା ଚିତ୍କାର। ଏ ଭୟଙ୍କର ରଡି ଥିଲା ଅଞ୍ଜଳିଙ୍କର । ଚତ୍କାର ଶୁଣି ପରିବାର ଲୋକେ ଦୌଡିଲେ ନୂଆ ବିବାହିତ ଦମ୍ପତ୍ତିଙ୍କ ରୁମ୍ ଆଡେ। ସେଠି ପହଞ୍ଚି ପରବାର ଯାହା ଦେଖିଲେ ତାହା ଥିଲା ଏକ ଅସମ୍ଭବ ଘଟଣା। ବିକ୍ରମଙ୍କ ହାତ ରକ୍ତ ଯୁଡ଼ୁବୁଡୁ , ତଳେ ପଡିଛନ୍ତି ସ୍ତ୍ରୀ ଅଞ୍ଜଳି। ଯାହାଙ୍କ ନାମର ମେହେନ୍ଦୀ ଲାଗିଥିଲା ଅଞ୍ଜଳୀଙ୍କ ହାତରେ, ସେଇ ହାତ ଅଞ୍ଜଳୀଙ୍କ ହତ୍ୟାକାରୀ ସାଜିଛି।
ଏମିତି କଣ ହେଲା କେଜାଣି ଅମାନୁଶିକ ଭାବେ ୧୦ ଥର ଛୁରିରେ ଭୁଷି ହତ୍ୟାକଲା ସ୍ତ୍ରୀକୁ। ବିବାହର ମାତ୍ର ୧୭ ଦିନ ଆଉ ସ୍ୱାମୀର ଛୁରୀ ଚୋଟ ଥିଲା ୧୦ । ଏପରି ଛାତି ଥରା ଘଟଣା ଘଟିଛି ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ। ୨୧ ମେ ୨୦୨୩ରେ ଅଞ୍ଜଳୀଙ୍କ ହାତ ଧରିଥିଲେ ବିକ୍ରମ। ସାତ ଜନ୍ମ ପାଇଁ ସାଥି ହୋଇ ବାଟ ଚାଲିବାକୁ ଶପଥ କରିଥିଲା ବିକ୍ରମ। କିନ୍ତୁ ୧୭ ଟା ଦିନ ନ ହେଉଣୁ ସ୍ତ୍ରୀକୁ ହତ୍ୟା କରି ସଇତାନ ସାଜିଲା ବିକ୍ରମ। ସୁରକ୍ଷା କବଚ ହୋଇଥିଲା ସ୍ୱାମୀ। କିନ୍ତୁ ସାଜିଲା ପିସାଚ। ଅଞ୍ଜଳୀ ଏବେ ଆରପାରିରେ, ହତ୍ୟାକାରୀ ସ୍ୱାମୀ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ।
ଅଧିକ ପଢନ୍ତୁ ଭାରତ ଖବର
