ଏହାପରେ ପୁରୀରୁ ଦେବାଶିଷଙ୍କ ମୃତଦେହ ମିଳିଥିଲା । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଥିଲେ ମଧ୍ୟ ପୋଲିସ ହୋଇଥିବାରୁ ଚନ୍ଦ୍ରିକାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଦେବାଶିଷଙ୍କ ମା ଅଭିଯୋଗ କରିଛନ୍ତି । ଏନେଇ ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି । ନ୍ୟାୟ ଦେବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ଓ ଭରଣପୋଷଣ ପାଇଁ ୩୦ ଲକ୍ଷ ଟଙ୍କା ଦେବାଙ୍କୁ କମିଶନଙ୍କ ପାଖରେ ଦଳ ଅନୁରୋଧ କରିଛି ।
ପ୍ରେମ ପରେ ପ୍ରତାରଣା, ୧୨ ବର୍ଷ ସମ୍ପର୍କରେ ରହିବା ପରେ ପୁରୁଷ ବନ୍ଧୁଙ୍କୁ ହତ୍ୟା ଅଭିଯୋଗ
କେନ୍ଦ୍ରାପଡା: ପୋଲିସ ନାଁରେ ସାଘାଂତିକ ଅଭିଯୋଗ । ପ୍ରେମ ପରେ ପ୍ରତାରଣା । ୧୨ ବର୍ଷ ସମ୍ପର୍କରେ ରହିବା ପରେ ପୁରୁଷ ବନ୍ଧୁଙ୍କୁ ହତ୍ୟା ଅଭିଯୋଗ । କେନ୍ଦ୍ରାପଡାର ଦେବାଶିଷ ସେଠୀଙ୍କୁ ନିଜ ପ୍ରେମିକା ତଥା ପଟ୍ଟାମୁଣ୍ଡାଇର ପୋଲିସ ଏସଆଇ ଚନ୍ଦ୍ରିକା ମହାପାତ୍ର ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଦେବାଶିଷଙ୍କ ମା । ଗତ ୪ ତାରିଖରେ ଚନ୍ଦ୍ରିକା ଦେବାଶିଷଙ୍କୁ ଫୋନ କରି କେନ୍ଦ୍ରାପଡାରୁ ପୁରୀ ଡାକିଥିଲେ ।
Download Argus News App
