ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ବିଗତ ବର୍ଷ ମାନଙ୍କରେ ଅନେକ ଜନପ୍ରତିନିଧି, ସାଂସଦ ଏହି ପ୍ରକଳ୍ପ ପାଇଁ ନିଜର ଇଚ୍ଛା ଦେଖାଇବା ସହ ତାଙ୍କ ଉପସ୍ଥିତିରେ ପ୍ରକଳ୍ପର ଶୀଘ୍ର ସମାପ୍ତ ପାଇଁ ରେଳ ମନ୍ତ୍ରଣାଳୟକୁ ଅପିଲ୍ କରିଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ପୂର୍ବବର୍ତ୍ତୀ ସରକାର ସମୟରେ ଥିବା ସମସ୍ତ ବାଧାବିଘ୍ନକୁ ଦୂର କରି ଏହାକୁ ସର୍ବାଧିକ ଗୁରୁତ୍ୱ ଦେଲେ । ପ୍ରଗତି ପ୍ରକଳ୍ପରେ ଏହାକୁ ସାମିଲ କରି ଖୋଦ୍ ନିଜେ ଏହି ପ୍ରକଳ୍ପ ଅଗ୍ରଗତିର ନିୟମିତ ବ୍ୟବଧାନରେ ସମୀକ୍ଷା କରିବା କାରଣରୁ ପ୍ରକଳ୍ପର କାମ ତ୍ୱରାନ୍ୱିତ ହେଲା ।
ଏହାବ୍ୟତିତ ଦୀର୍ଘ ସମୟ ଧରି ପଡି ରହିଥିବା ଏହି ପ୍ରକଳ୍ପରେ ରେଳ ମନ୍ତ୍ରଣାଳୟ ସମେତ କେନ୍ଦ୍ର ରେଳମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ କରିଥିବାରୁ ଶ୍ରୀ ପ୍ରଧାନ ପିୟୂଷ ଗୋଏଲଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଏହି ପ୍ରକଳ୍ପ ପାଇଁ ଥିବା ଜମି ଅଧିଗ୍ରହଣ, ଆଇନ୍ ଶୃଙ୍ଖଳା ମାମଲାରେ ମଧ୍ୟ ଓଡିଶା ସରକାର ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ୮୨ କିମିର ଏହି ପ୍ରକଳ୍ପ ରାଜ୍ୟର ଆର୍ଥିକ ପ୍ରଗତିକୁ ତ୍ୱରାନ୍ୱିତ କରିବ । ଦୈତାରୀ-ବଂଶପାଣୀ ଖଣି ଅଞ୍ଚଳ ସହ ପାରାଦୀପର ଦୂରତ୍ୱକୁ ଏହି ରେଳପଥ ଅଧା କମାଇ ଦେବ । ପ୍ରମୁଖ ଖଣିଜ ଅଞ୍ଚଳ ଯାଜପୁର ଓ କେନ୍ଦୁଝର ସହ ମୁଖ୍ୟ ସଂଯୋଗ ପଥ ହେବା ସହ ଦେଶର ପ୍ରମୁଖ ଇସ୍ପାତ ଉତ୍ପାଦନର ପେଣ୍ଠସ୍ଥଳି କଳିଙ୍ଗନଗର ସହ ବଡ ଭୂମିକାରେ ସଂଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ୧୯୯୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ କରକମଳରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ପଡ଼ିଥିଲା । ଏହି ପ୍ରକଳ୍ପ ଜଗତସିଂହପୁରକେନ୍ଦ୍ରାପଡ଼ା-ଯାଜପୁର ଜିଲ୍ଲାବାସୀଙ୍କ କେବଳ ରେଳ ଲାଇନ ସ୍ୱପ୍ନ ପୂରଣ ପାଇଁ ବଡ଼ ପଦକ୍ଷେପ ନଥିଲା ବରଂ ଏହି ଅଞ୍ଚଳର ଆର୍ôଥକ ପ୍ରଗତି ପାଇଁ ଏକ ଐତିହାସିକ ପଦକ୍ଷେପ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ସ୍ୱପ୍ନକୁ ସାକାର କରି ଡାଉନଷ୍ଟ୍ରିମ ଶିଳ୍ପ ମାଧ୍ୟମରେ ଓଡ଼ିଶା ଓ ପୂର୍ବ ଭାରତର ବିକାଶ ଦିଗରେ ବଡ଼ ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ ଏହି ପତ୍ରରେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରାକୃତିକ ଗ୍ୟାସ ପାଇପଲାଇନ, ଇଣ୍ଡିଆନ ଅଏଲ ବିଶୋଧନାଗାରର ସଂପ୍ରସାରଣ ଓ ପେଟ୍ରୋକେମିକାଲ କମ୍ପଲେକ୍ସ, ପାରାଦୀପ ପ୍ଲାଷ୍ଟିକ୍ ପାର୍କ ପରି ବିଭିନ୍ନ ପ୍ରକଳ୍ପ ସାହାଯ୍ୟରେ ପୂର୍ବ ଭାରତର ବ୍ଲୁ ଇକନୋମୀର ପ୍ରାଣକେନ୍ଦ୍ର ହେବାକୁ ଯାଉଥିବା ବନ୍ଦର ସ୍ମାର୍ଟସିଟି ପାରାଦୀପକୁ ବିକଶିତ କରାଯାଉଛି । ଆଗାମୀ ବର୍ଷରେ ଉର୍ଜା ଓ ମାଲ ପରିବହନ କ୍ଷେତ୍ରରେ ଏହି ରେଳ ଲାଇନ ପାରାଦୀପ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ସହ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ପୂରଣ କରିବା ଦିଗରେ ସହାୟକ ହେବ
ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।