ଜୁନ୍ ୧ରୁ ଜୁଲାଇ ୨୭ ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଭାବେ ୫୧୧.୬ ମିମି ବର୍ଷା ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏହା ୪୫୮.୪ ମିମି ରେକର୍ଡ କରାଯାଇଛି। ଅର୍ଥାତ୍ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦% ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ଝାରସୁଗୁଡ଼ା ଓ ନୂଆପଡ଼ାରେ ସର୍ବାଧିକ ଓ ଅତିରିକ୍ତ ବର୍ଷା ହୋଇଥିବା ବେଳେ ୧୭ ଜିଲ୍ଲାରେ ସ୍ବାଭାବିକ ବର୍ଷା ଓ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଯାଇଛି। ଏଥିମଧ୍ୟରୁ ପୁରୀ, ଖୋର୍ଦ୍ଧା , ଯାଜପୁର, କେନ୍ଦ୍ରାପଡ଼ା ଓ କଟକ ଆଦି ୫ଟି ଜିଲ୍ଲାରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ୩ ଜିଲ୍ଲା ଯଥା, ମୟୂରଭଞ୍ଜ, କେନ୍ଦୁଝର ଓ ସୋନ୍ପୁର ବି ନିଅଣ୍ଟିଆ ବର୍ଷା ଜିଲ୍ଲାରେ ସାମିଲ ହୋଇଛି। ଅପରପକ୍ଷେ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହୋଇଯାଇଛି।