ଯାହାକୁ ସମସ୍ତ ସପିଂ ମଲ୍ ପାଳନ କରିବେ । ମଲ୍ ମଧ୍ୟରେ ଥିବା ସିନେମା ହଲ୍, ଫୁଡ୍ କୋର୍ଟ, ଗେମ୍ ଜୋନ୍ ଓ ପିଲାଙ୍କ ଖେଳିବା ସ୍ଥାନ ବନ୍ଦ ରହିବ । ମଲ୍ ପରିସରରେ ଲୋକ ଭିଡ୍ କମାଇବାକୁ ଗୁରୁତ୍ୱ ଦିଆଯାଇଛି । ତେଣୁ ଏହି ସ୍ଥାନରେ କୌଣସି ପ୍ରକାରର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ କରାଯିବ ନାହିଁ । ମଲ୍ ଭିତରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି ।
ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ଅତିକମରେ ୬ ଫୁଟ୍ ଦୂରତାକୁ ବାଧ୍ୟତା ମୂଳକ କରାଯାଇଛି । ସମସ୍ତେ ମାସ୍କ ପିନ୍ଧିବାକୁ ମଲ୍ କର୍ତୃପକ୍ଷ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ଏହା ସହ ବାରମ୍ବାର ହାତ ଧୋଇବା ନିୟମ କଡାକଡି ପାଳନ କରିବାକୁ କୁହାଯାଇଛି । ମଲରେ ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯିବ । ଯଦି ଏହାକୁ କେହି ପାଳନ ନକରନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପଟେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଠିକ୍ ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ତେବେ ସଚେତନ ରହିବା ନିହାତି ପକ୍ଷେ ଆବଶ୍ୟକ ହୋଇପଡୁଛି ।