ଯେପରି କୋଭିଡ-୧୯ ମହାମାରୀ ସମୟରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ କଟକଣା ଓ ମାର୍ଗଦର୍ଶିକା ପ୍ରଣୟନ କରାଇ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସୁରୁଖୁରୁରେ ପାଳନ କରାଯାଇପାରିଲା, ଠିକ ସେହିପରି ମାନ୍ୟବର ଓଡିଶା ସରକାରଙ୍କୁ ଅନୁରୋଧ ଯେ ସମସ୍ତ ପ୍ରକାର କୋଭିଡ – ୧୯ ର କଟକଣା ଓ ମାର୍ଗଦର୍ଶିକା ଭିତରେ ନୂଆଁଖାଇ ପର୍ବର ନୀତିକାନ୍ତି ପାଳନ ପାଇଁ ପଦକ୍ଷେପ ଗ୍ରହଣ କରିବା ସହିତ ପର୍ବ ପାଳନ ପାଇଁ ଆବଶ୍ୟକ ସାମଗ୍ରୀ କିଣା-ବିକା ସକାଶେ ନୂଆଁଖାଇ ତିଥିର ଅବ୍ୟବହିତ ପୂର୍ବରୁ କଟକଣା କୋହଳ ପାଇଁ ବ୍ୟବସ୍ଥା କରନ୍ତୁ । ଏହା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମସ୍ତ ଗରୀବ କଲ୍ୟାଣ ଯୋଜନାର ସାମଗ୍ରୀ ଓ ଅର୍ଥ ରାଶି ନୂଆଁଖାଇ ପୂର୍ବରୁ ହିତାଧିକାରୀମାନଙ୍କୁ ଆଗୁଆ ପ୍ରଦାନର ବ୍ୟବସ୍ଥା କରିବାପାଇଁ ପଦକ୍ଷେପ ଶୀଘ୍ର ନିଅନ୍ତୁ ବୋଲି କହିଛନ୍ତି।