ପୂର୍ବ ତଟ ରେଳପଥ ନିବେଦନ କରୁଛି ଯେ, ଏହି ରେଳପଥରେ ନିରାପଦ ଟ୍ରେନ୍ ଚଳାଚଳ କରିବାକୁ ହେଲେ ମାଲବାହୀ ଟ୍ରେନ୍ର ପରୀକ୍ଷାମୂଳକ ଚଳାଚଳ ବା ଟ୍ରାଏଲ୍ ରନ୍ ଏକାନ୍ତ ଆବଶ୍ୟକ । ପୂର୍ବ ତଟ ରେଳପଥ ଏଠାରେ ସୂଚାଇ ଦେବାକୁ ଚାହେଁ ଯେ, ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବା ନିମନ୍ତେ ବହୁ ନିରାପତ୍ତା ଭିତ୍ତିକ କାର୍ଯ୍ୟର ଆବଶ୍ୟକତା ରହିଛି ଏବଂ ଯାତ୍ରୀ ସୁବିଧା ଯୋଗାଣ କାର୍ଯ୍ୟ ମଧ୍ୟ କରାଯିବା ଆବଶ୍ୟକ । ପରୀକ୍ଷାମୂଳକ ମାଲ୍ବାହୀ ଟ୍ରେନ୍ ଚଳାଚଳ ହେଉଛି, ପାସେଞ୍ଜର ଟ୍ରେନ୍ ଚଳାଚଳ କରିବା ନିମନ୍ତେ ପ୍ରାଥମିକ ପଦକ୍ଷେପ ଏବଂ ଏଥି ନିମନ୍ତେ ଅତ୍ୟାବଶ୍ୟକୀୟ ନିରାପତ୍ତା କାର୍ଯ୍ୟ ଶେଷ କରିବା ସହ ଯାତ୍ରୀ ସୁବିଧା ଉପଲବ୍ଧ କରାଇବା ।
ଗତକାଲିପରି ମାଲବାହୀ ଟ୍ରେନ୍ର ଟ୍ରାଏଲ୍ ରନ୍କୁ ବାଧାପ୍ରାପ୍ତ କଲାଭଳି କାର୍ଯ୍ୟ ଯଦି କରାଯାଏ ତେବେ ଏହି ଲାଇନ୍ରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ଫିଟ୍ ବା ଉପଯୁକ୍ତ କରାଯିବାର ସମସ୍ତ ପ୍ରଣାଳୀ ଭବିଷ୍ୟତରେ ଆହୁରି ବିଳମ୍ବ ଆଡ଼କୁ ଟାଣି ହୋଇଯିବ । ତେଣୁ, ନିକଟ ଭବିଷ୍ୟତରେ ଚଳାଚଳ କରିବାକୁ ଥିବା ପାସେଞ୍ଜର୍ ଟ୍ରେନ୍ ପାଇଁ ଏହି ରେଳପଥକୁ ଫିଟ୍ ବା ଉପଯୁକ୍ତ କରିବା ନିମନ୍ତେ ମାଲବାହୀ ଟ୍ରେନ୍ର ପରୀକ୍ଷାମୂଳକ ଚଳାଚଳକୁ ବାଧାପ୍ରାପ୍ତ ନକରି ସୁରୁଖୁରୁରେ ଯାତ୍ରା କରିବାକୁ ଦିଆ ଯିବାକୁ ପୂର୍ବ ତଟ ରେଳପଥ ଆପଣମାନଙ୍କୁ ନିବେଦନ କରୁଛି ।