ସେ ପୁଣି କହିଛନ୍ତି ଯେ, ଗଞ୍ଜାମ ଜ଼ିଲ୍ଲାପାଳ ବାରମ୍ବାର ଟିଭିରେ କହୁଛନ୍ତି ଆମେ ପ୍ରସ୍ତୁତ ସବୁ ଠିକ, ଏ ସବୁ ଦାୟୀତ୍ୱହୀନ ମନ୍ତବ୍ୟ, ଗଞ୍ଜାମରେ ଲୋକେ ଆତଙ୍କିତ। କେବଳ ସୁସ୍ଥ ସଂଖ୍ୟା ଦେଖାଇ ବାହାଦୁରୀ ନେଉଛନ୍ତି ରାଜ୍ୟ ସରକାର। ଖୋର୍ଦ୍ଧା ଜ଼ିଲ୍ଲାରେ ଅନୁରୂପ ସ୍ଥିତି। ବିଏମସି କମିଶନରଙ୍କ ଭଳି ଅପାରଗ ଅଫିସରଙ୍କ ପାଇଁ ଲୋକ ମରୁଛନ୍ତି। ଖୋର୍ଦ୍ଧା ଜିଲ୍ଲା, ରାଜଧାନୀ ଭୁବନେଶ୍ୱରରେ ଦାୟିତ୍ୱହୀନ ଅଫିସର ଯୋଗୁଁ ଏତେ ଅସୁବିଧା ହୋଇଛି। ମୁଖ୍ୟଶାସନ ସଚିବଙ୍କ ସହ ମୁଁ ଆଲୋଚନା କରିଛି। କେନ୍ଦୁଝରରେ ବାହାର ରାଜ୍ୟର ଗାଡି ଚାଳକମାନେ ସୁପରସ୍ପ୍ରେଡର। ଅର୍ଥନୀତି ପାଇଁ ଲୋକ ମଲେଣି, ରାଜ୍ୟସରକାର ମିଳିତ ମୁକାବିଲାକୁ ଗ୍ରହଣ କରୁନାହାନ୍ତି।
ସାରା ଭାରତରେ ଧର୍ମାନୁଷ୍ଠାନ ଖୋଲିଲାଣି, ଓଡିଶାରେ ରଥ ହୋଇପାରିଲା ମନ୍ଦିର କାହିଁକି ଖୋଲିବନି? ଲୋକେ ମାନସିକ ଶାନ୍ତି ପାଇଁ ମନ୍ଦିର ଯାଆନ୍ତି। ଗାଁ ଗହଳିରେ ଲୋକ ଚାପଗ୍ରସ୍ତ ହେଇଗଲେଣି। ଲୋକଙ୍କ ମାନସିକ ଚାପ ବଢୁଛି। ସେଠାକୁ ଗଲେ ଲୋକେ ମାନସିକ ଶାନ୍ତି ପାଆନ୍ତି। ତେଣୁ ମନ୍ଦିର ଆବଶ୍ୟକ ଗାଇଡ଼ଲାଇନ ସହ ମନ୍ଦିର ଖୋଲନ୍ତୁ।
ପ୍ରକୃତରେ ପୋଲିସମାନେ 24 ଘଣ୍ଟିଆ ପରିଶ୍ରମ କରୁଛନ୍ତି, ତାଙ୍କ ପାଇଁ କିଛି ଅନୁକମ୍ପା ନାହିଁ, ଖାଇବାକୁ ଦେବାକୁ ସରକାରଙ୍କ ପାଖରେ କଣ ପଇସା ନାହିଁ? କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ପୋଲିସଙ୍କୁ ଖାଇବାକୁ ଦିଆଯାଇପାରୁ ନାହିଁ। ପୂର୍ଣ୍ଣାଙ୍ଗ ସମୀକ୍ଷା କରି ନୂଆ ମଡେଲ ପ୍ରସ୍ତୁତ ହେଉ। ପୁରୀ ସମେତ ଅନ୍ୟ ମନ୍ଦିରକୁ ପର୍ଯ୍ୟାୟ କ୍ରମେ ଖୋଲନ୍ତୁ।
ଗତ 4 ମାସ ହେଲା କେନ୍ଦୁଝର ସୁନ୍ଦରଗଡ଼କୁ ଟ୍ରକରେ କରୋନା ଆସୁଛି, ଗଞ୍ଜାମରେ କରୋନାକୁ ଆମେ ନିମନ୍ତ୍ରଣ କଲୁ। ପ୍ରବାସୀଙ୍କୁ ଆଣିବାରେ ମନା ନାହିଁ, ଟେଷ୍ଟ କରିକି ଆଣିଲେନି କାହିଁକି ବୋଲି ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତି।