ରାଜ୍ୟରେ ଯେଉଁଭଳି ଭାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ଏଭଳି ସ୍ଥିତିରେ ପ୍ଲାଜମା ଥେରାପି କେଉଁଠି ନା କେଉଁଠି ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଉଛି ।
ଆଜି ରାଉରକେଲା ଆଇଜିଏଚରେ ହେବ ପ୍ଲାଜମା ବ୍ୟାଙ୍କ

ଅର୍ଗସ ବ୍ୟୁରୋ: ଆଜି ରାଉରକେଲା ଆଇଜିଏଚରେ ହେବ ପ୍ଲାଜମା ବ୍ୟାଙ୍କ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗକୁ ବ୍ରହ୍ମପୁର ଏମକେସିଜି ଓ ବୁର୍ଲା ଭୀମସାରରେ ପ୍ଲାଜମା ବ୍ୟାଙ୍କ କରାଯିବାର ଯୋଜନା ରହିଛି । ଗତକାଲି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟର ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କର ଆରମ୍ଭ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ଲାଜମା ବ୍ୟାଙ୍କର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହା ସହ ପ୍ଲାଜମା ଦାତାଙ୍କ ପାଇଁ ୱେବ ପୋର୍ଟଲର ଉଦଘାଟନ କରିଥିଲେ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ସୂଚନାନୁସାରେ, ଜୁଲାଇ ୧୫ ତାରିଖରେ ଏସସିବି ମେଡିକାଲରେ ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ ହୋଇଥିଲା ।
Download Argus News App
