
କଟକ : କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କରୋନା । ଆଜି କଟକରୁ ଆଉ ୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍ରୁ ୫୪ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି। ସିଏମ୍ସିର ସୂଚନା ଅନୁଯାୟୀ, ଚଣ୍ଡିମନ୍ଦିର ଛକ ଖ୍ରୀଷ୍ଟିଆନ ସାହିରୁ ସର୍ବାଧିକ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମାଲଗୋଦାମ ବେହେରା ସାହିରୁ ୧୧ ଜଣ ସେହିପରି ପୁରୁଣା ରାଉସାପାଟଣାରୁ ୭ ଜଣ, କେଶରପୁର ସତ୍ୟମ ଫ୍ଲାଟ୍ରୁ ୨ ଜଣ, ସୂତାହାଟର, ବାଦାମବାଡ଼ି, ବକ୍ସିବଜାର, ଜୁବୁଲି ଟାଓ୍ଵାରରୁ ଜଣେ ଲେଖା, ଏସ୍ସିବି ମେଡିକାଲ ଆଇସୋଲେସନ୍ ଓ୍ଵାର୍ଡରୁ ୫ ଜଣ ଏବଂ ସଂଗରୋଧ କେନ୍ଦ୍ରରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିସାଇ କଟକ ସହରରେ ବର୍ତ୍ତମାନ ସୁଦ୍ଧା ୮୩୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
