ଫଳ ସ୍ୱରୂପ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ କାକଟପୁର ନିର୍ବାଚନ ମଣ୍ଡଳୀରୁ ଚାରି ଜଣ ପ୍ଲାଜମା ଦାନ ପାଇଁ ନିଜର ଇଛା ପ୍ରକଟ କରିଥିଲେ । ଆଜି ସକାଳେ ଏହି ଚାରିଜଣ ନିଜର ପ୍ଲାଜମା ଦାନ ଲାଗି ମନ୍ତ୍ରୀ ଶ୍ରୀ ବେହେରାଙ୍କ ସହ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲରେ ପହଂଚିଥିଲେ । ତେବେ ଏଥିରୁ ପ୍ଲାଜମା ଦାନ ଲାଗି ଜଣେ ଯୁବକ ଯୋଗ୍ୟ ବିବେଚିତ ହୋଇ ନିଜର ପ୍ଲାଜମା ଦାନ କରିଥିଲେ ।
ପରେ ମନ୍ତ୍ରୀ ଶ୍ରୀ ବେହେରା ଏହି ଯୁବକଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ଏହି ଉଦ୍ୟମ ଆଗାମୀ ଦିନରେ ଅନ୍ୟମାନଙ୍କୁ ପ୍ଲାଜାମା ଦାନ ପାଇଁ ଅନୁପ୍ରେରିତ କରିବା ସହ ଅନେକ ଗୁରୁତର ରୋଗୀଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେବ ବୋଲି କହିଥିଲେ ।