ଅଧିକ ପଢନ୍ତୁ ଓଡ଼ିଶା ଖବର

ଅର୍ଗସ ବ୍ୟୁରୋ : ସମ୍ବଲପୁର ଜିଲ୍ଲାରେ ବର୍ଦ୍ଧିତ କରୋନା ସଂକ୍ରମଣ କାରଣରୁ ୧୦ଟି ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି । ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ। ବଡବଜାରର ହଟଲି ଛକ, ହୀରାକୁଦ କଲୋନୀ, ଝାଡୁଆପଡାର ଶ୍ରଦ୍ଧାକର ସୁପକରା ଗଳି, ପାଞ୍ଚଗୋଛିଆର ହରଗୌରୀପଡା, ଜଗନ୍ନାଥ ମନ୍ଦିର କଲୋନୀ, ହାଉସିଂବୋର୍ଡ କଲୋନୀ, ଧନୁପାଲିର ଶିବ ନଗର, ମୋତିଝରଣର ଏକ୍ସପ୍ଲୋସିଭ୍ କଲୋନୀ, ବରେଇପାଲିର ନୂଆପଡା, କଂସାରିପଡାରେ ୧୪୪ ଧାରା ଲାଗୁ ହୋଇଛି । ଏହି ଅଂଚଳର ୧୦୦ ମିଟର ବ୍ୟାସାର୍ଦ୍ଧ ଭିତରେ ସାଧାରଣ ଲୋକଙ୍କୁ ପ୍ରବେଶ ମନା ରହିଛି। କରୋନା ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ସ୍କୁଲ ବୁଲିବାକୁ ଯିବେ ଦେଶର ସବୁ ପିଲା । ଗୁଜରାଟର ଭଡନଗରର ପ୍ରାଥମିକ ବିଦ୍ୟାଳୟ ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରାଥମିକ ଅଧ୍ୟୟନ କରିଥିଲେ, ସେହି ସ୍କୁଲକୁ ବୁଲିବାକୁ ଯିବେ ସ୍କୁଲର ଛାତ୍ରଛାତ୍ରୀ । ବର୍ତ୍ତମାନ ଏହି ବିଦ୍ୟାଳୟକୁ ପ୍ରେରଣା ପରିଯୋଜନା ଅଧୀନରେ ପ୍ରସ୍ତୁତ ହୋଇଛି । ଯେଉଁଠାକୁ ଦେଶର ବିଭିନ୍ନ ସ୍ଥାନରୁ ପିଲାମାନେ ବୁଲିବାକୁ ଯାଇପାରିବେ ।
ଅଧିକ ପଢନ୍ତୁ : ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
ଏହି ବିଦ୍ୟାଳୟକୁ ଏକ ପ୍ରେରଣା ସ୍ଥଳ ଭାବରେ ବିକଶିତ କରାଯାଇଛି । ଏହି ବିଦ୍ୟାଳୟର ସଂରକ୍ଷଣ ଏଏସଆଇ ଦ୍ଵାରା କରାଯାଉଛି । ଏହି ପ୍ରକଳ୍ପ ଅଧୀନରେ ଦେଶର ପ୍ରତ୍ୟେକ ଜିଲ୍ଲାରୁ ଦୁଇଜଣ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ବୁଲି ଦେଖିବା ପାଇଁ ପଠାଯିବ । ସରକାର ଦେଇଥିବା ବିବୃତ୍ତିରେ କୁହାଯାଇଛି ଏହା ଏକ ଭିନ୍ନ ପ୍ରକଳ୍ପ । ଏହାର ଉଦ୍ଦେଶ୍ୟ ହେଉଛି ଯୁବବର୍ଗମାନଙ୍କ ମଧ୍ୟରେ ପରିବର୍ତ୍ତନ ଆଣିବା ପାଇଁ ପ୍ରେରଣା ଦେବ ।
ଏହି ବିଦ୍ୟାଳୟଟି ଏପରି ଭାବରେ ପ୍ରସ୍ତୁତ ହୋଇଛି ଯାହା ଭବିଷ୍ୟତରେ ପ୍ରାଥମିକ ଶିକ୍ଷାର ଏକ ମଡେଲ ହୋଇପାରିବ। ଏହା ସହିତ ଦେଶର ୭୪୦ ଜିଲାର ବିଦ୍ୟାଳୟଗୁଡ଼ିକ ପ୍ରେରଣା ପାଇପାରିବେ । ଏହି ବିଦ୍ୟାଳୟକୁ ସ୍ବତନ୍ତ୍ର ଟେକ୍ନୋଲୋଜିରେ ସଜାଯାଇଛି, ଯେଉଁଠାରେ ପିଲାମାନେ ଆଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଅଧ୍ୟୟନ କରିପାରିବେ। ଏହି ବିଦ୍ୟାଳୟ ୧୮୮୮ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏବଂ ୨୦୧୮ ପର୍ଯ୍ୟନ୍ତ ଏହା ଚାଲୁଥିଲା ।

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବେ । ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାରତ ଆସିବେ ବୋଲି ସୂଚନା ମିଳିଛି ।
ଅଧିକ ପଢନ୍ତୁ ଭାରତ ଖବର
ଆମେରିକୀୟ NSA ଜେକେ ସୁଲିବାନ ଜୁନ ୧୩ରେ ଦିଲ୍ଲୀରେ ପହଞ୍ଚିବେ । ଯେଉଁଠାରେ ଭାରତ ସହିତ ଜିଇ-୪୧୪ ଇଞ୍ଜିନ ଚୁକ୍ତି ଚୂଡାନ୍ତ ହେବ । ଏଠାରେ ସୁଲିବାନ ତାଙ୍କ ପ୍ରତିପକ୍ଷ ଅର୍ଥାତ୍ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବିବେଚନା କରାଯାଉଛି ।
