ଗୋଲକ ମହାପାତ୍ର ପୁଣି କହିଛନ୍ତି ଯେ, ମୃତ ଵ୍ୟକ୍ତିଙ୍କ ନାଁରେ, ବାର୍ଦ୍ଧକ୍ୟ ଭତ୍ତା ନେଉଥିବା ଲୋକ ଓ ସ୍କୁଲ ଶିକ୍ଷକଙ୍କ ନାଁରେ ଟଙ୍କା ଉଠୁଛି। ଖଲ୍ଲିକୋଟର ବକୁଟା ପଞ୍ଚାୟତରେ ମେସିନରେ କାମ ହେଉଛି। ଓଡିଶାର ଅନେକ ବ୍ଲକରେ ଦୁର୍ନୀତି ହୋଇଛି। ବିଡିଓ, କଣ୍ଟ୍ରାକ୍ଟର ଓ ମେସିନ ଭିତରେ ମଧୁ ଚନ୍ଦ୍ରିକା ଚାଲିଛି। ଦୁର୍ନୀତି ହେଉଛି, ପ୍ରକୃତ ହିତାଧିକାରୀ ପାଉନାହାନ୍ତି। ରାଜ୍ୟ ସରକାରଙ୍କୁ ଦାବି ଏହା ଉପରେ ତଦନ୍ତ ହେଉ। ଚେତାବନୀ ଦେଉଛୁ ଯଦି ରାଜ୍ୟ ସରକାର କିଛି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ ତେବେ ବିଜେପି ସବୁ ବ୍ଲକ ଆଗରେ ଧାରଣା ଦେବ।