ସମ୍ବଲପୁର: ସିଲ ହେଲା ସମ୍ବଲପୁର ସହରର ବୁର୍ଲା ଥାନା। ଦୁଇ ଜଣ ପୋଲିସ କର୍ମଚାରୀ କୋଭିଡ ପୋଜେଟିଭ୍ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନେଇଛି ପୋଲିସ ପ୍ରଶାସନ | ତେବେ ୫ ଦିନ ପାଇଁ ଥାନାକୁ ସିଲ୍ କରାଯିବା ସହ ସାନିଟାଇଜ୍ଇଜ କରାଯାଇଛି । ଏହା ସହ ଥାନାର ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟାଇନକୁ ପଠେଇଦିଆଯାଇଛି | ତେବେ ଏହା ପୂର୍ବରୁ ବୁର୍ଲା ମେଡିକାଲ ଫାଣ୍ଡି ମଧ୍ୟ ସିଲ୍ ରହିଛି । ଏହା ସହ ସଂକ୍ରମିତଙ୍କ ସଂସ୍ପର୍ଶରେ ଆଉ କେଉଁମାନେ ଆସିଛନ୍ତି ସେନେଇ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସମ୍ପୃକ୍ତ କର୍ମଚାରୀଙ୍କ ଗତକାଲି ରିପୋର୍ଟ ପୋଜେଟିଭ୍ ଆସିଛି । ଥାନା ସିଲ୍ ଥିବାରୁ ବାହାରେ କାମ ଚାଲିଛି । ସଂକ୍ରମିତ ଦୁଇ ଜଣ ପୋଲିସ କନେଷ୍ଟେବଲ ବୋଲି ଜଣାପଡିଛି ।