ତେବେ ଗଞ୍ଜାମରୁ ୩୦୭, ଜଗତସିଂହପୁରରୁ ୫୯, ଭଦ୍ରକରୁ ୫୨, ନୟାଗଡ଼ରୁ ୩୫, ଝାରସୁଗୁଡ଼ାରୁ ୩୦, ଯାଜପୁରରୁ ୨୫, କଟକରୁ ୨୪, ଗଜପତିରୁ ୨୩, ମାଲକାନଗିରିରୁ ୧୮, କୋରାପୁଟରୁ ୧୭, କନ୍ଧମାଳରୁ ୧୬, କେନ୍ଦୁଝରରୁ ୧୪, ବରଗଡ଼ରୁ ୧୨, ବାଲେଶ୍ୱରରୁ ୧୧, କେନ୍ଦ୍ରାପଡ଼ାରୁ ୧୧, ସମ୍ବଲପୁରରୁ ୧୧, ରାୟଗଡ଼ାରୁ ୧୦, ଅନୁକୁଳରୁ ୧୦, ନବରଙ୍ଗପୁରରୁ ୩, କଳାହାଣ୍ଡିରୁ ୨, ବଲାଙ୍ଗୀର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଆଜି ରାଜ୍ୟରେ ୬୮୭ କରୋନା ଆକ୍ରାନ୍ତ ସୁସ୍ଥ, ୧୮ ହଜାର ଟପିଲା ସୁସ୍ଥ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଖ୍ୟା ବୃଦ୍ଧି ପାଇଥିବା ବେଳେ ସୁସ୍ଥ ସଂଖ୍ୟା ପାଖାପାଖି ଅଧା ରହିଛି । ଆଜି ରାଜ୍ୟରେ ୬୮୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୮୦୬୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Download Argus News App
