ସୂଚନାନୁଯାୟୀ, ରାଜ୍ୟରେ ଗତ 21 ତାରିଖରେ 1078 ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ 22 ତାରିଖରେ 1264, 23 ତାରିଖରେ 1594, 24 ତାରିଖରେ 1320, 25 ତାରିଖରେ 1376 ଟେଷ୍ଟିଂ, 26 ତାରିଖରେ 1503, 27 ତାରିଖରେ 1215, 28 ତାରିଖରେ 1068 ଚିହ୍ନଟ ହୋଇଛନ୍ତି। ଲଗାତାର ଭାବେ ଗଞ୍ଜାମ, ଖୋର୍ଦ୍ଧା ଓ କଟକରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି ସେପଟେ ସୁନ୍ଦରଗଡ଼ ମାଲକାନଗିରି ଓ କୋରାପୁଟରେ ସଂଖ୍ୟା ବଢିବାରେ ଲାଗିଛି।
ସେହିପରି ରାଜଧାନୀରେ କରୋନା ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ରାଜଧାନୀରେ ବିଗତ 7 ଦିନରେ 1224 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 21 ତାରିଖରେ 21 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 22 ତାରିଖରେ 91, 23 ତାରିଖରେ 126, 24 ତାରିଖରେ 248, 25 ତାରିଖରେ 111, 26 ତାରିଖରେ 163, 27 ତାରିଖରେ 159, 28 ତାରିଖରେ 215 ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ୱରର ବସ୍ତି କଥା ଦେଖିବାକୁ ଗଲେ 21 ତାରିଖରେ 3 ଜଣ, 22 ତାରିଖରେ 3 ଜଣ, 23 ତାରିଖରେ 3 ଜଣ, 24 ତାରିଖରେ 75 ଜଣ, 25 ତାରିଖରେ 9 ଜଣ, 26 ତାରିଖରେ 29 ଜଣ, 27 ତାରିଖରେ 46 ଜଣ, 28 ତାରିଖରେ 24 ଜଣ ଚିହ୍ନଟ ହୋଇଛନ୍ତି। ବସ୍ତିରେ ଗତ 7 ଦିନ ମଧ୍ୟରେ ସର୍ବମୋଟ 192 ଜଣ ଚିହ୍ନଟ ହୋଇଛନ୍ତି।