କେନ୍ଦ୍ରପଡ଼ା ଜିଲ୍ଲାକୁ ଫେରିଥିବା ପ୍ରବାସୀ ଏବେ ନିଜ ଜମିରେ ନଡ଼ିଆ ଚାରା ରୋପଣ କରୁଛନ୍ତି । ଏହି ସମୟରେ ଉଦ୍ୟାନକୃଷି ବିଭାଗ କେନ୍ଦ୍ରପଡ଼ା ଜିଲ୍ଲା ଚାଷୀ ଓ ଶ୍ରମିକଙ୍କୁ ବିନା ମୂଲ୍ୟରେ ନଡ଼ିଆ ଚାରା ଦେଉଛି । ଏବେସୁଦ୍ଧା 7000 ନଡ଼ିଆ ଚାରା ଯୋଗାଇ ଦିଆଯାଇଥିବା ବେଳେ ପାଖାପାଖି 40 ହେକ୍ଟର ଜମିରେ ନଡ଼ିଆ ଚାରା ରୋପଣ ନେଇ ଲକ୍ଷ୍ୟ ଥିବା କହିଛନ୍ତି ଉଦ୍ୟାନକୃଷି ଉପନିର୍ଦ୍ଦେଶକ କନ୍ଦ କେଶରୀ ଜେନା ।
ପ୍ରଥମ ପର୍ଯ୍ୟାୟରେ ପାଖାପାଖି 100 ହେକ୍ଟର ପାଇଁ 17,500 ଚାରା ପ୍ରଦାନ ପାଇଁ ବିଭାଗ ଲକ୍ଷ୍ୟ ରଖିଛି । ଏହି ଗଛ ପାଞ୍ଚ ବର୍ଷରେ ଫଳ ଦେବ । ମହାମାରୀ ସମୟରେ ଖାଲି ଜମି ନଡ଼ିଆ ଫାର୍ମରେ ପରିଣତ ନେଇ ଆଶା ରଖାଯାଇଛି । ଗୋଟିଏ ହେକ୍ଟର ଜମିରେ 175 ଚାରା ରୋପଣ କରାଯିବ । ସୋମବାର 40 ପ୍ରବାସୀ ଶ୍ରମୀକଙ୍କୁ 1050 ଚାରା ପ୍ରଦାନ କରାଯାଇଥିବା ବେଳେ ସେମାନେ ରାଜକନିକା ବ୍ଲକର ନିଜ ଗ୍ରାମରେ ଏହା ରୋପଣ କରିଛନ୍ତି ।
ମନରେଗା ଯୋଜନାରେ ପ୍ରତି ଶ୍ରମିକଙ୍କୁ ଚାରା ରୋପଣ ବାବଦକୁ ପ୍ରତିଦିନ 207 ଟଙ୍କା ଦିଆଯାଉଛି । ଗୋଟିଏ ଚାରାକୁ 60 ଟଙ୍କା ହୋଇଥିବା ବେଳେ ସେମାନଙ୍କୁ ଏହା ମାଗଣାରେ ପ୍ରଦାନ କରାଯାଉଛି । ଏହାସହ ସେମାନଙ୍କୁ ମାଗଣାରେ ସାର ଓ କୀଟନାଶକ ମଧ୍ୟ ପ୍ରଦାନ କରାଯାଉଛି ।
ରାଜକନିକା ବ୍ଲକର କୋରନ୍ଦ ଗ୍ରାମରେ ଥିବା ବହୁ ପ୍ରବାସୀ ଶ୍ରମିକ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଜଣେ ଶ୍ରମିକ ଯିଏକି ମୁମ୍ବାଇରେ ପାଣି ପାଇପ କାର୍ଯ୍ୟ କରୁଥିଲେ ସେ ନିଜ ଜମିରେ 80 ନଡ଼ିଆ ଚାରା ଲଗାଇଛନ୍ତି । ଏହାସହ ଫଳ ଧରିବା ପରେ ସେ ଦି ପଇସା ରୋଜଗାର କରିବେ ବୋଲି ଆଶା ରଖିଛନ୍ତି । ଇଶ୍ୱରପୁର ଗାଁର ସ୍ୱାଧୀନ ବେହେରା ଯିଏକି ହାଇଦ୍ରାବାଦର ଏକ ହୋଟେଲରେ କାମ କରୁଥିଲେ ସେ 3 ଏକର ଜମିରେ 80 ନଡ଼ିଆ ଗଛ ଲଗାଇଛନ୍ତି । ଏହାସହ ସେ ଏବେ ଗାଁରେ ହିଁ ରହିବାକୁ ଯୋଜନା କରିଥିବା ଜଣାପଡ଼ିଛି ।