ଏହି ୱେବିନାରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଯୋଗ ଦେଇ ଯୁବ ସମାଜକୁ ଆତ୍ମନିର୍ଭର ଭାରତ ଏବଂ ସମାଜରେ ଯୁବକ ମାନଙ୍କର ଭୂମିକା ଉପରେ ମାର୍ଗଦର୍ଶନ କରିଥଲେ । ରାଜ୍ୟରେ ସ୍ଥାଣୁ ଅପରାଗ ସରକାରକୁ ହଟାଇ ପୂର୍ବଦୋୟର ବିକାଶ ଚାହୁଁଥିବା ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ରାଜ୍ୟର ଯୁବକମାନେ ସାକାର କରିବେ ବୋଲି ଶପଥ ନେଇଥିଲେ । ଯୁବକମାନେ ନିଜ ନିଜ ଅଂଚଳର ଦାୟୀତ୍ୱ ନେଇ ମୋଦି ସରକାରଙ୍କ ଯୋଜନାକୁ ତୃଣମୂଳସ୍ତରରେ ପହଂଚାଇବା ସହ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବା ପାଇଁ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଇରାସିସ ଆଚାର୍ଯ୍ୟ ଆହ୍ୱାନ ଦେଇଥିଲେ ।
ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ନାରାୟଣ ସାହୁ ଯୁବକମାନଙ୍କୁ ଆତ୍ମନିର୍ଭର ହେବାକୁ ଆହ୍ୱାନ ଦେଇଥିଲେ । ଆଜି ରାଜ୍ୟର ୩୬ଟି ସାଙ୍ଗଠନିକ ଜିଲ୍ଲାରେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପ୍ରତିମୂର୍ତି ଏବଂ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ସେମାନଙ୍କ ସ୍ମୃତି ଚାରଣ କରିଥିଲେ । ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଆହ୍ୱାନ ଦେଇଥିଲେ । ଯେଉଁଠି ଯୁବଶକ୍ତି ଜେତେ ଜାଗ୍ରତ ସେ ରାଜ୍ୟ ସେତେ ମାତ୍ରାରେ ପ୍ରଗତିଶୀଳ । ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ରାଜ୍ୟରେ ଯୁବ ସମାଜକୁ ନେଇ ଏକ ନୂଆ ଓଡିଶା ଗଠନ ହେବ ବୋଲି ୱେବିନାରରେ ଆଲୋଚନା ହୋଇଥିଲା ।
ଏହି ୱେବିନାରରେ ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ରବି ନାୟକ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଟଙ୍କଧର ତ୍ରିପାଠୀ, ରଂଜନ ପଟେଲ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ, ଏନ. ରାଜେନ୍ଦ୍ର କୁମାର, ବିଶ୍ୱଜିତ ଷଡଙ୍ଗୀ, ଅଶ୍ୱିନୀ ମାଝି, ପ୍ରବୀର ଦାସ, କାମାକ୍ଷା ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲାର ଯୁବମୋର୍ଚ୍ଚା କାର୍ଯ୍ୟକର୍ତାମାନେ ସାମିଲ ଥିଲେ । କାର୍ଯ୍ୟକ୍ରମ ଶେଷରେ ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ଦୀପକ ଗୋଚ୍ଛାୟତ ଧନ୍ୟବାଦ ଦେଇଥିଲେ ।