ଆଜି ସମୁଦାୟ ୨୮ଟି ଜିଲ୍ଲାରୁ ଏହି ସମସ୍ତ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୬, ବାଲେଶ୍ବରରୁ ୭୩,ବରଗଡରୁ ୭, ଭଦ୍ରକରୁ ୨, ବଲାଙ୍ଗିରରୁ ୪୩, ବୌଦ୍ଧରୁ ୭, କଟକରୁ ୯୮,ଢେଙ୍କାନାଳରୁ ୩୬, ଗଜପତିରୁ ୩୫, ଜଗତସିଂହପୁରରୁ ୨୧, ଯାଜପୁରରୁ ୩୬, ଝାରସୁଜୁଡା ୨, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୫୨, କେନ୍ଦ୍ରାପଡାରୁ ୧୪, କେନ୍ଦୁଝରରୁ ୩,କୋରାପୁଟରୁ ୫୦, ମାଲକାନଗିରିରୁ ୨୭,ମୟୁରଭଞ୍ଜରୁ ୩୯,ନବରଙ୍ଗପୁରରୁ ୫,ନୟାଗଡରୁ ୪୦,ନୂଆପଡାରୁ ୧, ପୁରୀରୁ ୯୨,ରାୟଗଡାରୁ ୧୩୬,ସମ୍ବଲପୁରରୁ ୧୧୨,ଏବଂ ସୁନ୍ଦରଗଡରୁ ୧୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଏହି କ୍ରମରେ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ଯା ୪୪,୧୯୩ ରେ ପହଁଚିଛି । ଏମାନଙ୍କ ୨୮,୬୯୭ ସୁସ୍ଥ ହୋଇସାରିଥିବାବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୫,୧୮୯ ଜଣ ଚିକିତ୍ସିତ ହେଉଛନ୍ତି ।