ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ 2ଟି ଗେଟ । ଏହାକୁ ମିଶାଇ ସର୍ବମୋଟ ୨୦ ଟି ଗେଟ ଖୋଲିଛି । ଏହା ମଧ୍ୟକୁ ସେକେଣ୍ଡ ପିଛା ୨ ଲକ୍ଷ ୮୯ ହଜାରରୁ ଅଧିକଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୩ଲକ୍ଷ ୨୨ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି। ତେବେ ମହାନଦୀର ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ଡ୍ୟାମ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି ।
ଅର୍ଗସ ବ୍ୟୁରୋ: ବଲିଉଡର ଜଣାଶୁଣା ଅଭିନେତ୍ରୀଙ୍କ ଭିତରୁ ଜଣେ ହେଉଛନ୍ତି କରୀନା କପୁର ଖାନ। 43 ବର୍ଷ ବୟସରେ ପାଦ ଥାପିଛନ୍ତି କରିନା। ଆଉ ତାଙ୍କ ଜନ୍ମଦିନକୁ ସ୍ପେଶିଆଲ କରବା ପାଇଁ ତାଙ୍କ ଭଉଣୀ କରିସ୍ମା କପୁର ପଟୌଦୀ ପ୍ୟାଲେସରେ କେକ୍ କାଟି ତାଙ୍କ ବର୍ଥ ଡେ' କୁ ସେଲିବ୍ରେଟ କରୁଥିବାର ଅନେକ ଚିତ୍ର ସୋସିଆଲ ମିଡିଆରେ ଶେୟାର କରିଛନ୍ତି ବେବୋ।
ଅନେକ ହିଟ୍ ମୁଭି ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଆଉ ଆଜି ତାଙ୍କ ଜନ୍ମଦିନରେ ଓଟିଟିରେ ଏକ ଏପିସୋଡ `ଜାନେ ଜାନ' ରିଲିଜ ହୋଇଛି। ଯେଉଁଠାରେ କରିନା ମାୟା ଭୂମିକାରେ ନଜର ଆସିଛନ୍ତି। 2000 ମସିହାରେ ଅଭିଷେକ ବଚ୍ଚନଙ୍କ ସହ ରେଫ୍ୟୁଜିରୁ ଆରମ୍ଭ କରିଥିଲେ ନିଜ କ୍ୟାରିୟର। ଏଥିରେ ସେ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ପାଇଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ଫିଲ୍ମକରି ଦର୍ଶକଙ୍କୁ ନିଜର ଆକ୍ଟିଂର ଯାଦୁରେ ବାନ୍ଧି ରଖିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ବିଜେଡିରୁ ବହିଷ୍କୃତ ହେଲେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡା । ରାଜନୈତିକ ଆକ୍ରୋଶରୁ ସୌମ୍ୟଙ୍କୁ ଦଳରୁ ବହିଷ୍କାର କରାଯାଇଛି । ସମ୍ପାଦକୀୟ ଲେଖି ବିଜେଡିକୁ ଟାର୍ଗେଟ୍ କରିଥିଲେ ସୌମ୍ୟ । ଦଳ ବିରୋଧୀ ମନ୍ତବ୍ୟ ଦେବା ସହ ଗତ କିଛି ଦିନ ଧରି ସୌମ୍ୟ ପଟ୍ଟନାୟକ ନିଜର ଆଲେଖ୍ୟ ଓ ବକ୍ତବ୍ୟ ପାଇଁ ଚର୍ଚ୍ଚାରେ ଥିଲେ । ଏନେଇ ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା । ଯେତେବେଳେ ଚୁପ୍ ଥିଲେ ସେତେବେଳେ ଗେହ୍ଲା ପୁଅ ଥିଲେ ସୌମ୍ୟ । ମୁହଁ ଖୋଲିବାରୁ ସୌମ୍ୟଙ୍କ ବିରୋଧରେ ହେଲା ଆକ୍ସନ୍। ଜବାବ ବି ରଖିବ କି ବିଜେଡି ? ।
ସେପଟେ ରେମୁଣା ବିଧାୟକ ସୁଧାଂଶୁ ପରିଡା ବିଜେଡିରୁ ବିଦା ହୋଇଛନ୍ତି । କୁବୋଟା କେଳେଙ୍କାରୀ ଓ ଚାଷୀଙ୍କ ଟଙ୍କା ହରିଲୁଟ୍ ନେଇ ସାଘାଂତିକ ଅଭିଯୋଗ ରହିଛି ସୁଧାଂଶୁଙ୍କ ନାଁରେ । ଚାଷୀ କେଳେଙ୍କାରୀ ସାମ୍ନାକୁ ଆଣିଥିଲା ଅର୍ଗସ । 18 କୋଟି ଟଙ୍କାର ସ୍କାମ୍ ନେଇ ବାରମ୍ବାର ଅର୍ଗସ ଖବର ପ୍ରସାରଣ କରିଥିଲା । ଆକ୍ସନ୍ ନହେବା ପାଇଁ ପ୍ରଥମେ ଚାପ ପଡୁଥିଲା ଉପରୁ । ଏବେ ସୁଧାଂଶୁଙ୍କୁ ଦଳରୁ ବହିଷ୍କାର କରାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: କାନାଡାରେ ଆଉ ଜଣେ ଖାଲିସ୍ତାନୀ ସମର୍ଥକର ପ୍ରାଣ ଯାଇଛି । ଗ୍ୟାଙ୍ଗଷ୍ଟାରରୁ ଖାଲିସ୍ତାନୀ ପ୍ରତିବାଦକାରୀ ସାଜିଥିବା ସୁଖଦୋଲ ସିଂ ଗ୍ୟାଙ୍ଗ ୱାରରେ ଜୀବନ ହାରିଛି। ସମାନ ଘଟଣାରେ ଖାଲିସ୍ତାନୀ ସମର୍ଥକ ହରଦୀପ ସିଂ ନିଜାରର ମୃତ୍ୟୁ ହୋଇଥିଲା। ଜୁନ ୧୯ ତାରିଖ ଦିନ ୧୫ରୁ ଅଧିକ ଗୁଳି ମାରି ତାଙ୍କୁ ହତ୍ୟା କରାଯାଇଥିଲା । ଠିକ ସେହିଭଳି ସୁଖଦୋଲ ସିଂକୁ ଗଳିକରି ହତ୍ୟା କରାଯାଇଛି ।
ସୂଚନା ମୁତାଵକ ପଞ୍ଜାଵର ମୋଗା ଜିଲ୍ଲାରେ ରହୁଥିଵା ଏହି ଖାଲିସ୍ତାନୀ ସମର୍ଥକ ଭାରତରେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲା । ୨୦୧୭ ମସିହାରେ ସେ ନକଲି ଭିସା ଵ୍ୟଵହାର କରି କାନାଡା ଯାଇଥିଲା । ଭାରତ ପକ୍ଷରୁ ଜାରି ହୋଇଥିଵା ୨୯ ଜଣ ଗ୍ୟାଙ୍ଗଷ୍ଟାରଙ୍କ ସୂଚୀରେ ସୁଖଦୋଲ ସିଂ ପ୍ରଥମରେ ଥିଲା । ଭାରତର ଅଧିକାଶଂ ଗ୍ୟାଙ୍ଗଷ୍ଟାର ଶରଣାର୍ଥୀ ଭାବେ କାନାଡାରେ ଵସ ଵାସ କରୁଛନ୍ତି ଓ ପରଵର୍ତ୍ତୀ ସମୟରେ ଭାରତ ଵୀରୋଧି ଖାଲିସ୍ତାନୀ ଗତିଵିଧିକୁ ପ୍ରୋତ୍ସାହନ କରୁଛନ୍ତି ।
ଆହୁରି ପଢନ୍ତୁ ବିଦେଶ ଖବର...