ପୁରା ଘଟଣା ଏମିତି, ଗଂଜାମ ଜିଲ୍ଲା ବଡବଜାର ଥାନା ଅନ୍ତର୍ଗତ ଗଣାପତି ନଗର ୨ୟ ସାହିର ବସନ୍ତ କୁମାର ସାହୁ (୪୯) ନାମକ ଜଣେ ବ୍ୟକ୍ତି । ଜ୍ୱର ଥଣ୍ଡା ହେବାରୁ ସ୍ୱାବ ଟେଷ୍ଟ ହେଲା ୬ ଦିନ ପରେ ରିପୋର୍ଟ ଆସିଲା ପଜିଟିଭ । ଗତ ୧୯ ତାରିଖ ଦିନ ସିତଳାପଲ୍ଲୀ ଟାଟା କୋବିଡ଼ କେର୍ ରେ ଆଡ଼ମିଟ ହୋଇଥିଲେ । ଆଡ଼ମିଟ ହେବାର ୨୪ ତାରିଖ ପର୍ଯ୍ୟନ୍ତ ପରିବାର ଲୋକଙ୍କ ସହ ବସନ୍ତ ଫୋନରେ କଥାବାର୍ତ୍ତା କରୁଥିଲେ । କିନ୍ତୁ ୨୪ ପରଠାରୁ ଫୋନ ଆଉ ଲାଗିଲାନାହିଁ । ଫୋନ ସୁଇଚ ଅଫ କହିଲା।କେତେ ଚେଷ୍ଟା କଲେ ବାଧ୍ୟ ହୋଇ ଟାଟା କୋଭିଡ ହସ୍ପିଟାଲର ହେଲ୍ପ ଲାଇନକୁ କଲ କଲେ ପରିବାର ଲୋକ । ୨୪ ତାରିଖ ରୁ ୨୭ ତାରିଖ ଯାଏଁ ହେଲ୍ପ ଲାଇନର କଲରୁ ଉତର ଆସୁଥିଲା ଆପଣଙ୍କ ପେସେଣ୍ଟ ଆଇସିୟୁରେ ଅଛନ୍ତି । ଯେତେଥର କଲ କରିଛନ୍ତି ଏମିତି ହିଁ ଉତର ଆସିଛି । କିନ୍ତୁଅନ୍ୟପଟେ ବସନ୍ତଙ୍କ ଫୋନ ସୁଇଚଅଫ ଆସୁଛି । ପରିବାର ପକ୍ଷରୁ କୁହାଯାଉଥିଲା ଟିକେ ପେସେଣ୍ଟକୁ ଦେଖେଇଦିଅ କିନ୍ତୁ ମେଡିକାଲ ପକ୍ଷରୁ ଦେଖାଯାଉନଥିଲା।
ତାପରେ ବାଧ୍ୟ ହୋଇ ପୁଣି ଆଉ ଗୋଟେ ହେଲ୍ପ ଲାଇନରେ କଲ କଲେ ପରିବାର ଲୋକ ୨୭ ତାରିଖ ସନ୍ଧ୍ୟାରେ । ସେଇ ହେଲ୍ପ ଲାଇନ ରେ କଥା ହେଉଥିବା ଡାକ୍ତର କହିଲେ, ପେସେଣ୍ଟ ଆସିୟୁରୁ ଜେନେରାଲ ୱାର୍ଡ କୁ ଆସିଯାଇଛନ୍ତି । ଆମେ ଆପଣଙ୍କ ସହ ତାଙ୍କର ଭିଡିଓ କଲ କରିଦେବୁ। ଏମିତି କି ଦିନ୧୦ ରୁ ୧୦ ଟା ୩୦ ଭିତରେ ଭିଡ଼ିଓ କଲ କରିଦେବୁ କଥାହେବେ ।ଆଉ ତାପରେ ବାରମ୍ବାର ଚେଷ୍ଟା ପରେ ଦିନ ୧୦ ଟାରେ ଆସିଲା ଭିଡ଼ିଓ କଲ । ପେସେଣ୍ଟକୁ ଦେଖେଇଲେ , କିନ୍ତୁ ସେଇ ବେଡ଼ ରେ ଆଉ ଜଣେ ପେସେଣ୍ଟ ଥିଲେ। ପୁରା ହସ୍ପିଟାଲ ଚେକ ହେଲା କିନ୍ତୁ ତାଙ୍କ ପେସେଣ୍ଟ ହସ୍ପିଟାଲର ତିନୋଟି ଯାକ ଫ୍ଲୋରର କେଉଁଠି ବି ନଥିଲେ। ତେଣୁ ପରିବାର ଲୋକ ଆହୁରି ବ୍ୟସ୍ତ ହୋଇପଡିଲେ । କେତେ କଲ କଲେ କିନ୍ତୁ କିଛି ଲାଭ ନାହିଁ। କେବଳ ପ୍ରତିଶ୍ରୁତି ମଧ୍ୟ ମିଳିଲା। କିନ୍ତୁ ପୁଣି ସନ୍ଧ୍ୟା ୬ ଟା ରୁ ଟାଟା କୋବିଡ଼ କେର୍ ରୁ ହଠାତ ଫୋନ ଆସିଥିଲା ଆଉ ଜଣାଇ ଦିଆଗଲା ବସନ୍ତ ସାହୁ ଗତ ୨୪ ତାରିଖ ଠାରୁ ମୃତ୍ୟୁବରଣ କରିଛନ୍ତି ବୋଲି । ଆସନ୍ତୁ ମୃତ ଦେହକୁ ଟିକେ ଦେଖିଦେବେ ।
ଏଠି ସୃଷ୍ଟି ହେଲା ପ୍ରଶ୍ନ ପରେ ପ୍ରଶ୍ନ, ଗତ ୨୪ ରୁ ୨୮ କୁଆଡେ ଗଲେ ବସନ୍ତ ? ଯଦି ସେ ୨୪ ରୁ ମରିଛନ୍ତି କେମିତି କହିଲେ ଯେ ସେ ଆଇସିୟୁରେ ଅଛନ୍ତି ତ କେତେବେଳେ ଜେନେରାଲ ୱାର୍ଡ ରେ ଅଛନ୍ତି? ହେଲ୍ପ ଲାଇନର ଡାକ୍ତର ବସନ୍ତ ନାମ ରେ ଆଉ କାହାକୁ ଦେଖାଇ କାହିଁକି ଭୁଆଁ ବୁଲାଉଥିଲେ? କେମିତି ଏମିତି ହୋଇପାରେ ? ଏହା କଣ ଗଞ୍ଜାମ ଜିଲ୍ଲା ହଟସ୍ପଷ୍ଟ ଜିଲ୍ଲା ର କୋଭିଡ ପରିଚାଳନା? ୨୪ ରୁ ୨୮ପରିବାର କୁ ନ ଜଣାଇ କେମିତି ଆଉ କେଉଁଠି ରଖାଗଲା ମୃତ ଦେହ? ଏସବୁ କୁ ନେଇ ମୃତ୍ୟୁ ଖବର ପରିବାର ଲୋକ ମଧ୍ୟ ସହଜ ରେ ଗ୍ରହଣ କରିପାରୁନାହାନ୍ତି। କାରଣ ସେମାନେ ୨୪ ତାରିଖ ଯାଏଁ ବସନ୍ତ ଙ୍କ ସହ ଭଲ ରେ କଥା ହୋଇଛନ୍ତି। ତେବେ ହଠାତ କେମିତି ତାଙ୍କର ମୃତ୍ୟୁ ହେଲା। ଚିକିତ୍ସା ରେ ଅବହେଳା ନୁହେଁ ତ?ବାଧ୍ୟ ହୋଇ ନିଜ ଅଞ୍ଚଳ ରେ ଥିବା ବଡ଼ ବଜାର ଥାନା କୁ ଗଲେ କିନ୍ତୁ ସେଠି ଥାନା ଅଧିକାରୀ କହିଲେ ସେଇ ହସ୍ପିଟାଲ ଆମ ଅଞ୍ଚଳ ପରଧି ଭିତରେ ଯାଉନାହିଁ। ଆମେ ଏତଲା ରଖିବୁନି। ଆପଣ ଯାଅନ୍ତୁ ଗୋପାଳପୁର ଥାନା କୁ । ବାଧ୍ୟ ହୋଇ ପରିବାର ଲୋକ ପୁଣି ରାତିରେ ଗଲେ ଗୋପାଳପୁର ଥାନାକୁ । ଆଉ ଏତଲା ମଧ୍ୟ ଦେଇଥିବା ସୁଚନା ମିଳିଛି । ତେବେ ଏହାରି ଭିତରେ ପ୍ରଶ୍ନ ଉଠୁଛି ଗୋଟିଏ ଲୋକର ଶବ ଘଟଣା ଏମିତି ହୋଇଛି ନା ଏମିତି ଅନେକ ଶବ ମେଡ଼ିକାଲ ଭିତରେ ପଡିରହୁଛି ?