ସୂଚନାନୁଯାୟୀ, ମୃତକଙ୍କ ମଧ୍ୟରେ ବାଲେଶ୍ୱରରୁ ଜଣେ, ଗଞ୍ଜାମରୁ ଜଣେ, ମାଲକାନଗିରିରୁ ଜଣେ, ପୁରୀରୁ ଜଣେ ଓ କନ୍ଧମାଳରୁ ଅଞ୍ଚଳରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ପ୍ରାଣ ନେଇଛି କରୋନା ।
ସେପଟେ ଆଜି ରାଜ୍ୟରେ ପୁଣି 1068 କରୋନା ପଜିଟିଭ୍ ଚିହ୍ନଟ। ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ 662 କ୍ଵାରେଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ406 ସ୍ଥାନୀୟ ସଂକ୍ରମିତ। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। 1068 ଆକ୍ରାନ୍ତଙ୍କ ମଧ୍ୟରୁ 245 ଜଣ ଗଞ୍ଜାମର ହୋଇଥିବାବେଳେ ଖୋର୍ଦ୍ଧାରୁ 194 ଅଛନ୍ତି ।
ଏହି କ୍ରମରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 29 ହଜାର 175ରେ ପହଞ୍ଚିଛି। ଏଯାବତ୍ ରାଜ୍ୟରେ 10,920ସକ୍ରିୟ ସଂକ୍ରମିତ ଥିବା ବେଳେ 18,060 ସୁସ୍ଥ ହୋଇ ଘରକୁ ଫେରିଲେଣି।