ଆଶାକର୍ମୀମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ଅବସରପାପ୍ତ ଆଶା କର୍ମୀ ମାନଙ୍କୁ ମାସିକ ପାଞ୍ଚ ହଜାର ଟଙ୍କା ଭତ୍ତା ପ୍ରଦାନ, ଅବସର ସମୟରେ ଏକାଳୀନ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ, ମାସିକ ଅଠର ହଜାର ଟଙ୍କା ଦରମା ଦେବା ସହ ଇପିଏଫ,ଇଏସ ଆଇ ସି ଓ ଗ୍ରାଚ୍ୟୁଇଟି ପ୍ରଦାନ , କାର୍ଯ୍ୟକାଳ ସମୟରେ ମୃତ୍ୟୁ ହେଲେ ୫ ଲକ୍ଷ ମୃତ୍ୟୁ କାଳୀନ ସହାୟତା ସହ ପରିବାରର ଜଣକୁ ନିଯୁକ୍ତି, ଯୋଗ୍ୟତା ଭିତିରେ ପଦ୍ୟୋନ୍ନତି ,ସ୍ବାସ୍ଥ୍ୟ କେନ୍ଦ୍ରରେ ଆଶା ଗୃହ ନିର୍ମାଣ ଓ କୋଭିଡ - ୧୯ ସମୟରେ ମୃତ୍ୟୁ ବରଣ କରିଥିବା ଆଶା କର୍ମୀ ମାନଙ୍କୁ ସରକାରୀ ଘୋଷଣା ସହ ଆର୍ଥିକ ସହାୟତା ପ୍ରଦାନ ଭଳି ୭ ଦଫା ଦାବି ଉଲ୍ଲେଖ କରାଯାଇଛି।
୭ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ

ବ୍ରହ୍ମପୁର: ୭ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ । ଓଡିଶା ରାଜ୍ୟ ଆଶା କର୍ମୀ ସଂଘର ଡାକରାରେ ଆଜି ଖଲ୍ଲିକୋଟ ବ୍ଳକ ସ୍ତରୀୟ ଆଶାକର୍ମୀମାନେ ଖଲ୍ଲିକୋଟ ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ଏକ ରାଲିରେ ବାହାରି ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ପହଞ୍ଚି ଥିଲେ। ଏହି ରାଲିରେ ୧୭୦ରୁ ଉର୍ଦ୍ଧ୍ବ ଆଶା କର୍ମୀ ସାମିଲ ଥିଲେ। ବିଭିନ୍ନ ସ୍ଳୋଗାନ ଦେବା ସହ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଗରେ ଧାରଣାରେ ବସି ଏକ ଦାବିପତ୍ର ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ ଜରିଆରେ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।
Download Argus News App
