ରାଜ୍ୟ ସରକାର କରୁଥିବା ଅବହେଳା ବିରୁଦ୍ଧରେ ଆଜି ହଜାର ହଜାର ଆଶା କର୍ମୀ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବାରମ୍ବାର ଅନୁରୋଧ ସତ୍ତ୍ୱେ ଦାବି ଶୁଣୁନାହାନ୍ତି ସରକାର। ଗତବର୍ଷ ଡ଼ିସେମ୍ବର 15 ତାରିଖରେ ବିଶାଳ ବିକ୍ଷୋଭ ସତ୍ତ୍ୱେ ରାଜ୍ୟ ସରକାର ଆଶା କର୍ମୀ ମାନଙ୍କ ସର୍ବନିମ୍ନ କାର୍ଯ୍ୟ ଦାବୀ ପ୍ରତି କର୍ଣପାତ କରୁନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯାହାକୁ ନେଇ ଆଜି ହଜାର ହଜାର ଆଶା କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସରକାରଙ୍କ ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଛନ୍ତି। ଆଗାମୀ ଦିନରେ ସରକାର ଦାବି ନଶୁଣିଲେ ରାଜ୍ୟର ସମ୍ପୂର୍ଣ୍ଣ ସ୍ଵାସ୍ଥ୍ୟ ବ୍ୟବସ୍ଥା ଅଚଳ କରିଦେବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ଆଜିର ବିକ୍ଷୋଭରେ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି। ଆଶାକର୍ମୀଙ୍କୁ ସ୍ଥାୟୀ ଘୋଷଣା, ଉଚିତ ପାରିଶ୍ରମିକ, ପେନସନ ଦାବିକରାଯାଇଛି। ଏମିତି ବିଭିନ୍ନ ଦାବି ନେଇ ରାଜରାସ୍ତା ରେ ଗର୍ଜିଛନ୍ତି ଆଶା ଦିଦି। ମହିଳା ସଶକ୍ତି କରଣର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର କର୍ମଜୀବୀ ମହିଳା ତଥା ଆଶା କର୍ମୀ ମାନଙ୍କୁ କରୋନା ସମୟରେ କରିଥିବା ଦୁଃସାହସିକ କାର୍ଯ୍ୟକୁ ଭୁଲିଯାଇ ତାଙ୍କର ଦାବୀକୁ ଆଜି ପର୍ଯ୍ୟନ୍ତ ପୂରଣ କରୁନଥିବାରୁ କର୍ମୀଙ୍କ ମଧ୍ୟରେ ସରକାରଙ୍କ ପ୍ରତି ଆକ୍ରୋଶଭାବ ପ୍ରକଟ ହେଉ ଥିବା ଦେଖିବାକୁ ମିଳୁଛି ।
ଓଡିଶା ଖବର ଆହୁରି ପଢନ୍ତୁ