ବ୍ଲକରେ ଥିବା ୪ଟି ସେକ୍ଟରର ଆଶା କର୍ମୀ ପାଳି କରି ଧାରଣାରେ ବସି ରହୁଛନ୍ତି। ତେବେ ଆଜି ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଆମ ସହିତ ଆସି ଆଲୋଚନା ନକରିବା ଦୁର୍ଭାଗ୍ୟଜନକ ବୋଲି କହିବା ସହ ରାଜ୍ୟ ର ସମସ୍ତ ବ୍ଲକ୍ ର ଆଶାକର୍ମୀ ଶୁକ୍ରବାର ଭୁବନେଶ୍ବର ଯାଇ ଆନ୍ଦୋଳନ କରିବୁ ବୋଲି ଠାକୁରମୁଣ୍ଡା ବ୍ଲକ ଆଶା କର୍ମୀ ସଭାନେତ୍ରୀ ରିନୁ ମଣି ସେଠୀ ସୁଚନା ଦେଇଛନ୍ତି। ବ୍ଲକ ଆଶାକର୍ମୀ ସଭାନେତ୍ରୀ ରିନୁମଣି ସେଠୀ,ସମ୍ପାଦିକା ଜେମାମଣି ମହାନ୍ତ, ସେକ୍ଟର ଲିଡର୍ ଲଳିତା ତିଉ, ଗୀତାଞ୍ଜଳି ମହାନ୍ତ, ଲଷ୍ମୀମଣି ମହାନ୍ତ, ସମେତ କମଳା ମହାନ୍ତ,ଗୀତାଞ୍ଜଳି ମହାନ୍ତ,ସବିତା ବେହେରା ଆଦି ଧାରଣା ର ନେତୃତ୍ୱ ନେଉଥିବା ଜଣାପଡିଛି। ଅପରପକ୍ଷରେ ଆଶା କର୍ମୀ ଧାରଣାରେ ବସି ରହିବାରୁ ଗାଁ ଗହଳିର ଗର୍ଭବତୀ ମହିଳା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡିଛି। ଏପରିକି ଗର୍ଭବତୀ ମହିଳାଙ୍କୁ ବିପଜ୍ଜନକ ଭାବେ ନିଜ ଘରେ ହଁ ପ୍ରସବ କରାଇବା ଦେଖିବାକୁ ମିଳିଛି। ତେବେ ଆଶା କର୍ମୀ ଙ୍କ ଦାବି ସଂପର୍କରେ ଉପର ଅଫିସରଙ୍କୁ ଜଣାଇଦିଆଯାଛି, ଏଣୁ ଆଶାକର୍ମୀ ମାନେ ନିଜ ନିଜ ସେକ୍ଟରରେ ଯାଇ ପୂର୍ବ ପରି ଗର୍ଭବତୀ ମହିଳାଙ୍କ ସେବା ଜାରି ରଖନ୍ତୁ ବୋଲି ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା ଦିବାକର ମାଝୀ ଏବଂ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଚିତ୍ତରଞ୍ଜନ ନାୟକ ଆଶାକର୍ମୀଙ୍କୁ ଅନୁରୋଧ କରିଥିବା ଜଣାପଡିଛି।
ଓଡିଶା ଖବର ଆହୁରି ପଢନ୍ତୁ