୨୦୨୨ ଅଗଷ୍ଟ ୩୦ ତାରିଖରେ ଆନନ୍ଦପୁର ପଞ୍ଚାୟତ ସମିତି ବୈଠକରେ ୩ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଅସୀମା ମିଶ୍ର ଙ୍କୁ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଅଶାଳୀନ ବ୍ୟବହାର କରିଥିବା ନେଇ ହୋଇଥିଲା ଅଭିଯୋଗ । ତେବେ ଆନନ୍ଦପୁର ପୋଲିସ ଅସୀମାଙ୍କ ଏତଲା ରଖିନଥିଲା । ଅସୀମା କେନ୍ଦୁଝର ଏସପି ଓ ଜିଲ୍ଲାପାଳଙ୍କୁ ବି ଭେଟି ଅଭିଯୋଗ କରିଥିଲେ । ତଥାପି ପୋଲିସ ମାମଲା ରୁଜ୍ଜୁ କରିନଥିଲା । ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିଯୋଗକାରିଣୀ । ଭାଗୀରଥୀ ଶାସକ ଦଳ ବିଧାୟକ ହୋଇଥିବାରୁ ଆନ୍ଦପୁର ପୋଲିସ ଚାପରେ ଆସି ମାମଲା ରୁଜ୍ଜୁ କରିନଥିବା ଅଭିଯୋଗ କରିଛନ୍ତି ଅସୀମା ।
ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୋଲିସର ମନମୁଖୀ କାର୍ଯ୍ୟ ଓ କୋର୍ଟଙ୍କ ହସ୍ତକ୍ଷେପ ପ୍ରସଙ୍ଗ ଉଠାଇଥିଲେ । ଉଦାହରଣ ଦେଇଥିଲେ ମାହାଙ୍ଗା ଡବଲମର୍ଡର, ଆନନ୍ଦ ଟପ୍ପୋ ଓ ସୋମଲିକା ଦାସଙ୍କ ଅଭିଯୋଗର । ମାହାଙ୍ଗା ଡବଲ ମର୍ଡର କେସରେ ମୁଦାଲା ନମ୍ବର 13 ଥିଲେ ସେତେବେଳର ଆଇନ ମନ୍ତ୍ରୀ ପ୍ରତାପ ଜେନା। । ପୋଲିସ ଚାର୍ଜସିଟରୁ କାଟିଦେଲା ପ୍ରତାପଙ୍କ ନାଁ । କୋର୍ଟ ନିର୍ଦ୍ଦେଶ ଦେଲେ ପୁନଃ ତଦନ୍ତ ପାଇଁ । ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାକୁ ଚାପିଦେଇଥିଲା ପୋଲିସ। ଘର ଲୋକ ଆଣିଥିଲେ ହତ୍ୟା ଅଭିଯୋଗ । ମୁଖ୍ୟ ଅଭିଯୁକ୍ତ ଥିଲେ ହକି ତାରକା ବୀରେନ୍ଦ୍ର ଲାକ୍ରା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରୁଜ୍ଜୁ ହେଲା ମାମଲା ।
ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାଶ ଙ୍କ ନାଁରେ ଆସିଥିଲା ସଂଗୀନ ଅଭିଯୋଗ। ଦୁଷ୍କର୍ମ, ସେକ୍ସ ରାକେଟର ଚଲାଉଥିବା ଆଣିଥିଲେ ସୋମାଲିକା ଦାସ । ବିଧାୟକ ବିଜୟ ଶଙ୍କରଙ୍କୁ ସୁରକ୍ଷା ଦେଇଥିଲା ପୋଲିସ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜ୍ଜୁ ହେଲା ।
ଅଧିକ ରାଜନୀତି ନ୍ୟୂଜ଼ ପଢନ୍ତୁ