29 ଡିସେମ୍ବର 2022 ରେ ଭୁବନେଶ୍ୱର ରେଳ ଷ୍ଟେସନର ପୁନ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ମାନ୍ୟବର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାନନୀୟ ରେଳମନ୍ତ୍ରୀଙ୍କୁ ସମ୍ବଲପୁର-ଶାଲିମାର-ସମ୍ବଲପୁର ତ୍ରି-ସାପ୍ତାହିକ ଟ୍ରେନର ନାମକୁ ପରିବର୍ତ୍ତନ କରି “ମହିମା ଗୋସାଇଁ ଏକ୍ସପ୍ରେସ” ଭାବରେ ନମିତ କରିବାକୁ ଅନୁରୋଧ କରିଥିଲେ । ମହିମା ଶ୍ରୀକ୍ଷେତ୍ର ପ୍ରତି ଲୋକଙ୍କ ଭାବନା ଏବଂ ବିଶ୍ୱାସକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ସମ୍ବଲପୁର-ଶାଲିମାର-ସମ୍ବଲପୁର ତ୍ରି-ସାପ୍ତାହିକ ଏକ୍ସପ୍ରେସକୁ “ମହିମା ଗୋସାଇଁ ଏକ୍ସପ୍ରେସ” ଭାବରେ ନାମିତ କରିଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।