ଲଙ୍କା ଚାଷ ଦେଇଛି ପରିଚୟ
ବ୍ରହ୍ମପୁର: ଅଡୁଆରେ ଏଏସଆଇ । ଗଞ୍ଜାମ ଜିଲ୍ଲା ବୁଗୁଡା କୋର୍ଟରେ କାର୍ଯ୍ୟରତ ଏଏସଆଇଙ୍କ ନାଁରେ ଏତଲା । ବୁଗୁଡା କୋର୍ଟର ଜଣେ ବିଚାରପତି ଏଏସଆଇ ସୂର୍ଯ୍ୟ ନାରାୟଣ ବେହେରାଙ୍କ ନାଁରେ ଏତଲା ଦେଇଛନ୍ତି ।
ସୂଚନାନୁସାରେ, ଏକ ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ଦେବା ପାଇଁ ବିଚାରପତିଙ୍କ ଜାଲ ଦସ୍ତଖତ କରାଯାଇଥିବା ଅଭିଯୋଗ ହୋଇଛି । ଥାନାରେ ଏତଲା ପରେ ସଂପୃକ୍ତ ଏଏସଆଇ ଫେରାର ଥିଲେ । ବର୍ତ୍ତମାନ ପୋଲିସ ଏଏସଆଇଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।