ଶ୍ରୀମନ୍ଦିର ନାଟମଣ୍ଡପର ମରାମତି ଦିଗରେ ତତ୍ପରତା ଦେଖେଇଛି ଏ ଏସ ଆଇ । ନାଟମଣ୍ଡପ ଓ ଜଗମୋହନ ସ୍ଥିତି ଯାଞ୍ଚ କଲେ ଏ ଏସ ଆଇ ବିଶେଷଜ୍ଞ ଟିମ। ଟିମରେ ରହିଥିଲେ ଆଇଆଇଟି ଚେନ୍ନାଇ ବିଶେଷଜ୍ଞ ଅରୁଣ ମେନନ ,ଏ ଏସ ଆଇ ଅତିରିକ୍ତ ଡିଜି ଜାହ୍ନବୀ ଶର୍ମା , ଏ ଏସ ଆଇ ସୁପରିଟେଣ୍ଡାଣ୍ଟ ଅରୁଣ ମଲ୍ଲିକ,ଏଏସଆଇ ଡାଇରେକ୍ଟର ଅଫ କଞ୍ଜରଭେସନ, ଆମିକସ କ୍ୟୁରି ଏନ.କେ ମହାନ୍ତି ଏବଂ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା। ନାଟ ମଣ୍ଡପ ଓ ଜଗମୋହନର ସଂଯୋଗ ସ୍ଥଳ ଉପରକୁ ଯାଇ ପରୀକ୍ଷାନିରୀକ୍ଷା କରିଛି ଟିମ୍ । ଦୁଇପ୍ରକାର ମରାମତି ଦିଗ ଉପରେ ହୋଇଛି ଆଲୋଚନା ।ଖୁବଶୀଘ୍ର ବିଶେଷଜ୍ଞ ଟିମର ପ୍ରସ୍ତାବ ଉପରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହେବ। ନାଟମଣ୍ଡପ ଓ ଜଗମୋହନ ସଂଯୋଗସ୍ଥଳର ଫାଟରେ କଣ ସପୋର୍ଟ ଦିଆଯିବ ସେନେଇ ମଧ୍ୟ ଆଲୋଚନା ହୋଇଛି। କ୍ରାକ ମିଟର ରିଡିଙ୍ଗ ମଧ୍ୟ କରାଯାଇଛି। ରିଡିଙ୍ଗ ଅନୁଯାୟୀ ନାଟମଣ୍ଡପର ସ୍ଥିତି ସେତେଟା ଖରାପ ନାହିଁ ବୋଲି ଜଣାପଡିଛି। ସେଇ ଆଧାରରେ ମରାମତି ଦିଗ ଉପରେ ନିଷ୍ପତ୍ତି ନିଆଯିବ। ଚୂନ ତଳର ସ୍ଥିତି ମଧ୍ୟ ମିଟର ରିଡିଙ୍ଗ ମାଧ୍ୟମରେ ଯାଞ୍ଚ ହୋଇଛି। କ୍ରାକମିଟର ଟ୍ରାନ୍ସମିଶନ ମନିଟରିଂ ସଦାସର୍ଵଦା ବଳବତ୍ତର ରହିବ। ହେବାକୁ ଥିବା ଏହି ମରାମତି କାମକୁ ମଧ୍ୟ କ୍ରାକମିଟର ଟ୍ରାନ୍ସମିଶନ ରିଡିଙ୍ଗ କରିବ।
ସେପଟେ ନାଟମଣ୍ଡପରେ ଥିବା ଫାଟ ଚାରିବର୍ଷ ତଳେ ଯାହାଥିଲା ଏବେ ତାହା ପୂର୍ବଭଳି ରହିଛି । ନାଟମଣ୍ଡପ ଓ ଜଗମୋହନ ସଂଯୋଗସ୍ଥଳରେ ଥିବା ଫାଟ ବିଶେଷ ପ୍ରଭାବ ପକାଇବ ନାହିଁ ।ଏହି ସଂଯୋଗ ସ୍ଥଳରେ ପାଣି ବୋହୁଥିବା ସ୍ଥାନକୁ ମରାମତି ପାଇଁ ଉପାୟ ବାହାର କରାଯାଇଛି। ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବିଶେଷଜ୍ଞ ଟିମ ଦେଇଥିବା ପରାମର୍ଶ ଅନୁଯାୟୀ କାର୍ଯ୍ୟ ହେବ ।୨୦୨୩ ଫେବୃୟାରୀ କିମ୍ବା ମାର୍ଚ୍ଚ ସୁଦ୍ଧା କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଛି ।ଶ୍ରୀମନ୍ଦିରରେ ୧୯ ରୁ ୨୦ଟି ସ୍ଥାନରେ ମରାମତି ଜାରି ରହିଛି ବୋଲି କହିଛନ୍ତି ଏ ଏସ ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ। ପୂର୍ବରୁ ଗତ ସେପ୍ଟେମ୍ବର ମାସରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଆସି ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କରିଥିଲେ ଆମିକସ କ୍ୟୁରି ଏନ କେ ମହାନ୍ତି। ମାର୍ଚ୍ଚ ସୁଦ୍ଧା କାର୍ଯ୍ୟ ସାରିବାକୁ ରଖିଥିଲେ ପ୍ରତିକ୍ରିୟା। ସେଇ ଅନୁଯାୟୀ କାର୍ଯ୍ୟ ସାରିବାକୁ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ଏ ଏସ ଆଇ ଶୀଘ୍ର କାମ ସାରିବାକୁ ଅଣ୍ଟା ଭିଡିଛନ୍ତି । ଅନ୍ୟପଟରେ ଶ୍ରୀମନ୍ଦିରରେ ଥିବା ବିଭିନ୍ନ ମରାମତି ପ୍ରସଙ୍ଗରେ ତାଙ୍କ ସହିତ ଆଲୋଚନା ଜାରି ରହିଛି। ଆସନ୍ତା ଏକବର୍ଷ ଭିତରେ ସମସ୍ତ ମରାମତି କାର୍ଯ୍ୟ ସରିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ ।