ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ସ୍ଥିତି ସମୀକ୍ଷା ପରେ ଖୁବଶୀଘ୍ର ଜିଲ୍ଲାରେ ୯୦ ଆଇସିୟୁ ଓ ୧୨୦ ଅକ୍ସିଜେନ୍ ବେଡ୍ ବ୍ୟବସ୍ଥା ହେବ । ଆସନ୍ତା ମଙ୍ଗଳବାରଠାରୁ ରାଉରକେଲାରେ ୧୮-୪୪ ବର୍ଷ ବର୍ଗର ଲୋକଙ୍କୁ ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଅସୀତ ତ୍ରିପାଠୀ ।
ଅସୀତ ତ୍ରିପାଠୀଙ୍କ ସମେତ ପ୍ରମୁଖ ସଚିବ ଅନୁ ଗର୍ଗ ଓ ଏନଏଚଏମ୍ ନିର୍ଦ୍ଦେଶିକା ଶାଳିନ ପଣ୍ଡିତ ବି ସାମିଲ ଅଛନ୍ତି । ଏହାସହ ଏହି ଉଚ୍ଚସ୍ତରୀୟ ଟିମ୍ ହାଇ ଟେକ୍ କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଥିଲେ । ଏହାସହ 24 ଘଣ୍ଟିଆ କୋଭିଡ ହସ୍ପିଟାଲର ବି ସ୍ଥିତି ପରଖିଛନ୍ତି । ସେଠାରୁ ବରଗଡ଼ ଜିଲ୍ଲା ଗସ୍ତ ନେଇ ମଧ୍ୟ କାର୍ଯ୍ୟକ୍ରମ ଥିବା ଜଣାପଡିଛି ।