ସେପଟେ ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ସଞ୍ଜୀବ ବାଲିଆନଙ୍କ କୋରାପୁଟ ଗସ୍ତ ଓ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସମୀକ୍ଷାକୁ ନେଇ ରାଜନୈତିକ ସ୍ତରରେ ଜୋର ଧରିଛି ଆରୋପ ପ୍ରତ୍ୟାରୋପ । ବିଜେଡି କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ ଓ ସମୀକ୍ଷାକୁ ରାଜନୀତି କହିବା ସହ ୬୦-୪୦ ଆର୍ଥିକ ଅନୁଦାନ ବଦଳରେ୯୦-୧୦ ର ଦାବି କରିଛି । ଆଉ ଏହାର ଜବାବରେ ବିଜେପି କହିଛି ୯୦-୧୦ ନୁହେଁ ବରଂ ତାଠୁ ବହୁ ଅଧିକ ଅର୍ଥ କେନ୍ଦ୍ର ସରକାର ଦେଉଛନ୍ତି । ପୁର୍ଵରୁ ଆସୁଥିବା ଅର୍ଥଠୁ ୧୬୬ ପ୍ରତିଶତ ଅଧିକ ଅର୍ଥ ଆସୁଥିବା କୁହାଯାଇଛି । ଆଉ ଯେଉଁ ଟଙ୍କା ଆସୁଛି ତାହା କିପରି ଖର୍ଚ୍ଚ ହୋଇପାରିବ ତା ଉପରେ ସରକାର ଧ୍ୟାନ ଦେବା ଦରକାର । ମାତ୍ର ତାହା କରି ନଥିବାରୁ ତଥ୍ୟ ଲୁଚାଇବାକୁ ମନ୍ତ୍ରୀ ମାନଙ୍କୁ ଅସହଯୋଗ କରୁଛି ବୋଲି କହିଛି ବିଜେପି ।
ଆଉ ଏ ହେଉଛି ଆକାଂକ୍ଷୀ ଜିଲ୍ଲା ଗସ୍ତ ସମୟରେ ମନ୍ତ୍ରୀ ମାନେ ସମୀକ୍ଷା କରୁଥିବା କିଛି ପାରାମିଟର । ଯାହାକୁ ନୀତି ଆୟୋଗ ନିର୍ଦ୍ଧାରଣ କରିଛନ୍ତି । ମାତ୍ର ଏହି ତଥ୍ୟ କହୁଛି ପକ୍କାଘର କ୍ଷେତ୍ରରେ ଏହି ୧୦ ଜିଲ୍ଲା ମଧ୍ୟରୁ ୫ ଜିଲ୍ଲା ୫୦ ପ୍ରତିଶତ ଉପରକୁ ଉଠି ପରାନି । ସେହିପରି ୬ ବର୍ଷରୁ କମ ପିଲାଙ୍କ ଓଜନ ବହୁତ କମ ରହିବା ଓ କମ ଓଜନର ଶିଶୁ ଜନ୍ମ ହେବା ଭଳି ପାରାମିଟରରେ ଏହି ସବୁ ଜିଲ୍ଲା ଏବେ ବି ବହୁ ପଛରେ ରହିଛି । ଏହା ବାଦ୍ ମୁଦ୍ରା ଲୋନ, ସ୍କୁଲରେ ବିଜୁଳି ବ୍ୟବସ୍ଥା କରାଇବା ଓ ଗ୍ରାମାଞ୍ଚଳରେ ଇଣ୍ଟରନେଟ ବ୍ୟବସ୍ଥା ଯୋଗାଇଦେବାରେ ବି ସରକାର ଫେଲ ମାରିଛନ୍ତି । ତେଣୁ ଏଠାରେ ପ୍ରଶ୍ନ କେନ୍ଦ୍ର ସରକାର ବ୍ୟାପକ ଅର୍ଥ ଦେଉଥିଲେ ବି କାହିଁକି ଏହି ସବୁ କ୍ଷେତ୍ରରେ ପଛରେ ପଡିଛି ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲା । ତେବେ ଏସବୁ ସତ୍ତ୍ବେ ଭିତ୍ତିଭିମି ନିର୍ମାଣର ନିବେଶ କ୍ଷେତ୍ରରେ ଶ୍ରେଷ୍ଠ ୫ ଜିଲ୍ଲା ତାଲିକାର ୩ ନମ୍ବରରେ ମାଲାକାନାଗିରି ସ୍ଥାନ ପାଇଛି।