ଅର୍ଗସ ବ୍ୟୁରୋ : ବିଧାନସଭାରେ ମମିତା ତାତି। ଦିବା ୧୧ଟା ୩୦ ଯାଏଁ ଗୃହ ମୁଲତବୀ। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଏହାର ଭିତରେ ବିଜେପି ଅଭିନବ ଢଙ୍ଗରେ ପ୍ରତିବାଦ କରୁଛି। ଗଙ୍ଗାଜଳ-ଗୋବରପାଣି ଚିଞ୍ଚିବା ସହ ଧୂଆଁ ଧୂପ ଦେଇ ପବିତ୍ର ଗୃହକୁ ପବିତ୍ର କରୁଛି ବିଜେପି।
ବିଜେପି କହିଛି ମମିତାର ହତ୍ୟାକାରୀ ଦିବ୍ୟଶଙ୍କର ଗୃହରେ ଏ ବସିବା ପରେ ଗୃହର ଗାରିମା କ୍ଷୁର୍ଣ୍ଣ ହୋଇଛି। ତେଣୁ ଗୃହକୁ ପବିତ୍ର କରିବା ପାଇଁ ବିରୋଧୀ ଏହି ପନ୍ଥା ଆପଣାଇଛୁ।
ଆମ ସଂସ୍କୃତି ଅନୁସାରେ ଗୃହକୁ ପବିତ୍ର କରାଯାଉଛି ବୋଲି ବିଜେପି କହିଛି। ତୃତୀୟ ଦିନରେ ବି ବିଧାନସଭା ଠିକ୍ ଭାରେ ଚାଲି ପାରୁ ନାହିଁ।