ଭୁବନେଶ୍ୱର: ଲଗାତାର ୩ ଦିନ ଛୁଟି ପରେ ଆଜିଠୁ ଆରମ୍ଭ ହୋଇଛି ବଜେଟ ଅଧିବେଶନ । ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମଳିଥିଲା । ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ଗୃହରେ ବିରୋଧୀ ସରକାରଙ୍କୁ ଘେରିଥିଲେ । ଧାନ ମଣ୍ଡିରେ ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା କରିବାକୁ ବସିଲାଣି, ସରକାର ଧାନ କିଣାରେ ବିଫଳ ହୋଇଥିବା ପ୍ରସଙ୍ଗ ଉଠାଇ ଗୃହରେ ବିରୋଧୀ ହଟଗୋଳ କରିଥିଲେ ।
ଏହାପରେ ବାଚସ୍ପତି ଗୃହକୁ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପୁଣି ଧାନ କିଣାରେ ସରକାରଙ୍କ ଅବହେଳାକୁ ନେଇ ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ଦଳର ବିଧାୟକ ନାରବାଜି କରିଥିଲେ । ତେବେ ଗୃହ ସୁପରିଚାଳନା ପାଇଁ ସମବାୟ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ନେତା, ବିରୋଧୀ ଦଳ ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକ ଦଳ ନେତା ଓ ଅନ୍ୟ କିଛି ବିଧାୟକଙ୍କୁ ନେଇ ବାଚସ୍ପତି ଆଲୋଚନା କରିଛନ୍ତି । ତେବେ କୌଣସି ନିଷ୍କର୍ସ ବାହାରି ପାରି ନଥିବାରୁ ଗୃହକୁ ଦିନ ୩ଟା ଯାଏ ମୁଲତବୀ ରଖିଛନ୍ତି ବାଚସ୍ପତି ।

