ଗତକାଲି ବିଧାନସଭାରେ ମହାନଦୀ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ କରିଥିଲା ଶାସକ ଦଳ । ପରେ ଶାସକ ଦଳକୁ ଜବାବ ଦେଇଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କହିଥିଲେ କି ଆପଣଙ୍କର ଯଦି ଜଳ ପାଇଁ ଏତେ ଦରଦ ତେବେ ଅନ୍ୟ ଫୋରମ୍ ରେ ଆଲୋଚନା କରିବାକୁ କହିଥିଲେ ଜୟ ନାରାୟଣ ମିଶ୍ର । ଆମେ ପ୍ରସ୍ତୁତୁ ଆଲୋଚନା ପାଇଁ । ଜଳ ତ ସରକାର ସଂରକ୍ଷଣ କରିପାରିନାହାନ୍ତି । ସମୁଦ୍ରକୁ ବହି ଯାଉଛି ସବୁ ଜଳ । ସଂରକ୍ଷଣ ପାଇଁ କଣ ବ୍ୟବସ୍ଥା କରିଛନ୍ତି ସରକାର । ଏଠି ଅନ୍ୟକୁ ଦୋଷ ଦେଇ ବାହାବାହା ମରୁଛନ୍ତି ।
ସୂଚନାଯୋଗ୍ୟ, ୨୧ ମାସ ବଢ଼ିଛି ମହାନଦୀ ଟ୍ରିବୁନାଲଙ୍କ କାର୍ଯ୍ୟକାଳ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ରିବୁନାଲଙ୍କ ଅବଧି ୧୨ ମାର୍ଚ୍ଚ ୨୦୨୩ ରୁ ୧୪ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅବଧି ବୃଦ୍ଧି ନେଇ ଓଡିଶା ଓ ଛତିଶଗଡ଼ ସରକାର ପକ୍ଷରୁ କେନ୍ଦ୍ରକୁ ଲେଖିଥିଲେ ଚିଠି । ବ୍ୟାପକ ବିଚାର ବିମର୍ଶ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ରିବୁନାଲଙ୍କ ଅବଧିକୁ ଆଉ ଏକ ବର୍ଷ ନଅ ମାସ ବୃଦ୍ଧି କରାଯାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...